ବାଣିଜ୍ୟ ବିଗୱିଙ୍ଗର ଶୁଭ ଉଦଘାଟନ Angul OnlineNovember 29, 2021November 29, 2021 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅତି ପ୍ରତିକ୍ଷିତ ଏବଂ ଆକର୍ଷଣୀୟ ପ୍ରିମିୟମ ହୋଣ୍ଡାର ଡିଲରଶିପ ହୋଣ୍ଡା ବିଗୱିଙ୍ଗର ଶୁଭ ଉଦଘାଟନ ହୋଇ ଯାଇଛି । ଅନୁଗୁଳ ପଞ୍ଚମହଲା ଠାରେ ଉଦଘାଟନ ହୋଇଥିବା ଏହି ଶୋ-ରୁମକୁ ରାମ ଚନ୍ଦ୍ର ବମଲିଆ ଏବଂ ଲକ୍ଷ୍ମୀ ଦେବୀ ଅଗ୍ରୱାଲା ଉଦଘାଟନ କରିଥିଲେ । ଏହି ଶୋ-ରୁମରେ କେବଳ ହୋଣ୍ଡାର ୩୦୦ ସିସିରୁ ଆରମ୍ଭ କରି ୧୮୦୦ ସିସି ପର୍ଯ୍ୟନ୍ତ ହୋଣ୍ଡା ପ୍ରିମିୟମ ମୋଟରସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ । ମୁଖ୍ୟତଃ ହିଙ୍ଗନେସ ୩୫୦ , ୩୫୦ଆର , ସିବି ୧୦୦୦ ଆର+ , ସିବିଆର ୧୦୦୦ ଆରଆର , ଏଫ୍ରିକାନ ଟ୍ଵିନ ଏବଂ ଗୋଲ୍ଡ ୱିଙ୍ଗ ପରି ନାମିଦାମି ମଡେଲ ଉପଲବ୍ଧ ରହିବ ଏବଂ ସମସ୍ତ ପ୍ରକାରର ସର୍ଭିସର ସୁବିଧା ଏବଂ ସହଜ ଫାଇନାନ୍ସର ବ୍ୟବସ୍ଥା କରା ଯାଇଛି । ଏହା ସହ ଗ୍ରାହକ ମାନେ ଏଠାରେ ସେମାନଙ୍କର ପୁରୁଣା ଗାଡି ଏକ୍ସଚେଞ୍ଜ କରାଇ ନୂତନ ନିଜ ମନମୁତାବକ ମୋଟରସାଇକେଲ ନେଇ ପାରିବେ । ବିଗୱିଙ୍ଗର ଏହି ଉଦଘାଟନ ଅବସରରେ ଏହାର ସତ୍ଵାଧିକାରୀ ସୁଜିତ କୁମାର ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ଏଠାରେ ଗ୍ରାହକ ମାନଙ୍କୁ ଅତ୍ୟାଧୁନିକ ଗାଡି ସହିତ ଉତ୍ତମ ସେବା ଯୋଗାଇ ଦିଆଯିବାକୁ ସେ ସଂକଲ୍ପବଦ୍ଧ ବୋଲି କହିଥିଲେ । Advertisement
ପବିତ୍ର ଦଶହରାରେ ଲକ୍ଷ୍ମୀ ହୋଣ୍ଡା ତରଫରୁ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟରର ଅଧିକୃୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ପବିତ୍ର ଦଶହରା ଉପଲକ୍ଷେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଗ୍ରାହକ…
ସାଇନ ୧୦୦ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ ୧୦୦ (Shine 100) ର ଗ୍ରାହକ ସମାବେଶ ହୋଇଯାଇଛି…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…