ମୁଖ୍ୟ ଖବର ସୂଚନା ଫଳକ ଭାଙ୍ଗିଲେ ବିଜେପି କର୍ମୀ !! Angul OnlineJuly 16, 2023July 16, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମ ପଞ୍ଚାୟତର କୁମ୍ଭରିଆ ସେତୁ ଉଦଘାଟନ ଫଳକ ଭଙ୍ଗାକୁ ନେଇ ଶାସକ ଦଳ କର୍ମୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣାରୁ ପ୍ରକାଶ କମ୍ପସଲା ଗ୍ରାମ ପଞ୍ଚାୟତର ଜଣେ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବିଜେପି କର୍ମୀ ବୋଲି ଅଭିଯୋଗ କରିଛି ବିଜେଡି । ଶାସକ ଦଳ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହିତ ପଞ୍ଚାୟତରେ କୌଣସି ଠାରେ ବିଜେଡି ଫଳକ ଲାଗିବ ନାହିଁ କହି ଗ୍ରାମର କୁମ୍ଭାରୀଆ ସେତୁର ଉଦଘାଟନରେ ଲାଗିଥିବା ଫଳକକୁ ହାତରେ ମାରଣା ଅସ୍ତ୍ର ଧରି ଫଳକ ଭାଙ୍ଗି ଦେଇଛନ୍ତି । ଯାହାକୁ ନେଇ ପଞ୍ଚାୟତରେ ଥିବା ବିଜୁ ଜନତା ଦଳ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । Advertisement
ସରକାରୀ ଏସି ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର ଅନୁଗୁଳ – ସରକାରୀ ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର । ତା ପୁଣି ଏସି ଲଗେଇ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାପାଳଙ୍କ…
ଜାତୀୟ ରାଜପଥ ବିରୁଦ୍ଧରେ ୬ ଥାନାରେ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) – ଜାତୀୟ ରାଜପଥ ବିଭାଗ ନାମରେ ଥାନାରେ ଅଭିଯୋଗ । ଏକାଥରକେ ୬ ଟି ଥାନାରେ ଅଭିଯୋଗ କଲା ଅନୁଗୁଳ ଓକିଲ ସଂଘ…
କୋଇଲା ବୋଝେଇ ଟ୍ରକରେ ନିଆଁ (ଭିଡିଓ) ଅନୁଗୁଳ – କୋଇଲା ବୋଝେଇ ଟ୍ରକ ରେ ନିଆଁ । ଅଳ୍ପକେ ଏକ ବଡ ଧରଣର ଅଘଟଣରୁ ମିଳିଲା ରକ୍ଷା । ସୂଚନା ଅନୁସାରେ OR 19…