ମୁଖ୍ୟ ଖବର ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ଭାବେ ଦାୟିତ୍ୱ ନେଲେ ବ୍ରିଜେଶ ରାୟ Angul OnlineJanuary 9, 2023January 9, 2023 ଅନୁଗୁଳ – ବରିଷ୍ଠ ଆଇପିଏସ୍ ଅଧିକାରୀ ବ୍ରିଜେଶ କୁମାର ରାୟ ସୋମବାର ଡିଆଇଜିଙ୍କ ଦାୟିତ୍ୱ ନେଇଛନ୍ତି । ତାଙ୍କର ନୂତନ ଦାୟିତ୍ୱ ପୂର୍ବରୁ ରାୟ ପ୍ରାୟ ପାଞ୍ଚ ବର୍ଷ ଧରି ଗଞ୍ଜାମ ପୁଲିସର ଏସପି ଭାବରେ କାର୍ଯ୍ୟ କରିଥିଲେ । ଗଞ୍ଜାମ ଏସପି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ବିଭିନ୍ନ ଲୋକଙ୍କୁ – 5T ମଡେଲ ଅଧୀନରେ ବନ୍ଧୁତ୍ୱପୂର୍ଣ୍ଣ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି । ତେବେ ବ୍ରିଜେଶ ରାୟ ଜୁଲାଇ ୨୦୧୭ ରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ଏସ୍.ପି. ଭାବେ ମଧ୍ୟ ଦାୟିତ୍ୱ ନେଇଥିଲେ । ସେତେବେଳେ ସେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଭଲ ସୁନାମ ଅର୍ଜନ କରିଥିଲେ । ରାଜ୍ୟ ସରକାର ଏହି ମାସରେ ରାୟଙ୍କୁ ଡିଆଇଜି ମାନ୍ୟତାକୁ ପଦୋନ୍ନତି ଦେଇଛନ୍ତି ଏବଂ ଅନୁଗୁଳ ଜିଲ୍ଲାରେ ରହିଥିବା ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ରେଞ୍ଜର ଦାୟିତ୍ୱ ଦେଇଛନ୍ତି । ସେ ଏହି ଅଞ୍ଚଳ ପାଇଁ ପୂର୍ବରୁ ପରିଚିତ ଥିବା ବେଳେ ଏହି ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ କାର୍ଯ୍ୟ କରିବାକୁ ସହଜ ହେବ ବୋଲି ସେ କହିଥିବା ବେଳେ ସାଇବର କ୍ରାଇମ , ଚୋରା କାରବାର ଏବଂ ଡ୍ରଗ୍ସ ବେପାର ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । Advertisement
କ୍ଷୀରୋଦକୁ ଏନକାଉଣ୍ଟର କଲା ପୁଲିସ – କଣ କଣ କ୍ରାଇମ କରିଥିଲା କ୍ଷୀରୋଦ ପଢନ୍ତୁ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବଢ଼ି ଚାଲିଥିବା ଅପରାଧ ଓ ଅପରାଧୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ଦିନ ଦିନ ଚୋରି ,…
ଡ୍ରଗ୍ସ ମୁକ୍ତ ଅନୁଗୁଳ ଉପରେ ନୁଆଁ ଏସ.ପି.ଙ୍କ ଗୁରୁତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ଏସ.ପି. ଭାବେ ଯୋଗ ଦେଇଛନ୍ତି ଶୁଧାଂଶୁ ଶେଖର ମିଶ୍ର । ଏହାପରେ ଜିଲ୍ଲାର ବରିଷ୍ଠ…
ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ…