ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଦୁଇଟି ସ୍ଥାନରୁ ୮୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ଅବକାରୀ ବିଭାଗ ସହରର କିଛି ସ୍ଥାନରେ ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ ଆଜି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାଞ୍ଚ କରୁଥିଲା । ଏହି ଜାଞ୍ଚ ବେଳେ ଅନୁଗୁଳ ସହରର ପଞ୍ଚମହଲା ଓ ହେମସୁରପଡା ଠାରୁ ତିନି ଜଣଙ୍କଠାରୁ ୮୧ ଗ୍ରାମ ବ୍ରାଉନସୁଗାର ଅବକାରୀ ବିଭାଗ ଜବତ କରିଥିଲା । ଏଥିପାଇଁ ତିନି ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରା ଯାଇଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ହେମସୁରପଡାର ଜିତେନ୍ଦ୍ର ନାଏକ , ଶ୍ରୀକାନ୍ତ ଜେନା ଓ ମନ ମୁଖି । ଜିତେନ୍ଦ୍ର ପାଖରୁ ୪୧ ଗ୍ରାମ , ଶ୍ରୀକାନ୍ତ ଓ ମନ ପାଖରୁ ୨୦ ଗ୍ରାମ ଲେଖାଏଁ ବ୍ରାଉନସୁଗାର ଜବତ ହୋଇଥିବା ଅବକାଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନେ ଏହି ବ୍ରାଉନସୁଗାର ବିକ୍ରି କରିବାକୁ ଗରାଖ ଅପେକ୍ଷାରେ ଥିଲେ । ସେମାନଙ୍କ ନିକଟରୁ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଏକ ମୋଟରସାଇକେଲ ମଧ୍ୟ ଜବତ କରା ଯାଇଛି ।