ଅପରାଧ ବ୍ରାଉନସୁଗାର ଜବତ , ଚାରି ଗିରଫ Angul OnlineMarch 29, 2023March 29, 2023 ଅନୁଗୋଳ – ଅନୁଗୋଳ ପୋଲିସ ସହର ଉପକଣ୍ଠ ଗୀତାଗ୍ରାମରେ ଚଢ଼ାଉକରି ୬ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳ ଥାନା ପୋଲିସ ସହରର ଗୀତାଗ୍ରାମର ଜିତେନ୍ଦ୍ର ଧରଙ୍କ ଘର ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ଏକ କୋଠରୀରେ ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗୋଡ଼ିଢ଼ିପ ସାହିର ସୌମ୍ୟ ରଞ୍ଜନ ପଧାନ , ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ ଭାଲୁଗାଡ଼ିଆ ଗାଁର ଦୁଷ୍ମନୁ ନାଏକ , ମନୋଜ ନାଏକ ଓ ତୁରଙ୍ଗ ଗାଁର ସାନୁ ବେହେରା ସିଗାରେଟରେ ବ୍ରାଉନ୍ ସୁଗାର ଟାଣୁଥିବା ପୋଲିସ ଦେଖିବାକୁ ପାଇଥିଲା । ଜାଞ୍ଚ ବେଳେ ୬.୦୫୦ ଗ୍ରାମର ବ୍ରାଉନ୍ ସୁଗାର , ୪ଟି ମୋବାଇଲ ଫୋନ୍ , ଗୋଟିଏ ମୋଟରସାଇକେଲ , ସିଗାରେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଏ ନେଇ ପୋଲିସ ଏକ ମାମଲା ରୁଜୁକରି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । Advertisement
ଡିପ୍ଲୋମା ସ୍କୁଲରୁ ଯନ୍ତ୍ରାଂଶ ଚୋରି – ଚୋରଙ୍କୁ କାବୁ କରି ପୁଲିସରେ ଦେଲେ ଲୋକେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବନ୍ଦ ହୋଇ ପଡିଥିବା କାଇମେଟ ଡିପ୍ଲୋମା ବିଦ୍ୟାଳୟରୁ ଲୁହା ଚୋରୀକରି ଏକ ପିକଅପ ଭ୍ୟାନ କବାଡିରେ ବିକ୍ରିକରି ଫେରୁଥିବା ବେଳେ…
ଛାତ୍ରଙ୍କୁ ଛାତ୍ରୀଙ୍କ ଚାପୁଡ଼ା ମାଡ଼ – ଭିଡ଼ିଓ ଭାଇରାଲ ଅନୁଗୋଳ – ଜଣେ ଛାତ୍ରୀଙ୍କ ଛାତ୍ରଙ୍କୁ ମାଡ଼ । ବିଚ ରାସ୍ତାରେ ଏଭଳି ମାଡ ମାରିବାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।…
ମା କୁ ପିଟି ପିଟି ମାରିଦେଲା ପୁଅ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ପୁଅର ମାଡ଼ରେ ମାର ମୃତ୍ୟୁ । ମୃତ ମହିଳା…