ଅପରାଧ ୨ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ Angul OnlineAugust 21, 2023August 21, 2023 ଅନୁଗୁଳ – ଅନୁଗୁଳ ଅବକାରି ବିଭାଗ୍କୁ ପୁଣି ଏକ ବ୍ରାଉନସୁଗାର ମାମଲାରେ ସଫଳତା ମିଳିଛି । ଆଜି ଅବକାରି ବିଭାଗର ଅବକାରୀ ଇନ୍ସପେକ୍ଟର ରମ୍ଭା ବାଘ ଏବଂ ମୋବାଇଲ ସ୍କ୍ୱାର୍ଡ ଚଢାଉ କରି ୨୦ ଗ୍ରାମ ବରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି । ସୁଚନା ଅନୁସାରେ ଅନୁଗୁଳ ଜିଲ୍ଲା ଅରାହାଟ ଗାଁର ଜିତେନ୍ଦ୍ର ସାମଲ( ୩୮) ନାମକ ଜଣେ ବ୍ୟକ୍ତି ତାଳଚେର ଦେଉଳବେଡା ଗାଁ ନିକଟରେ ଗରାଖ ଅପେକ୍ଷାରେ ଥିବା ଅବକାରୀ ବିଭାଗ ଖବର ପାଇଥିଲା , ଏଥିପାଇଁ ସେମାନେ ସଦଳବଳେ ଚଢାଉ କରି ତାଙ୍କୁ ଅଟକ ରଖି ଜାଂଚ କରିବା ବେଳେ ତାଙ୍କ ନିକଟରୁ ୨୦ ଗ୍ରାମ ବରାଉନସୁଗାର ସହ ମୋଟରସାଇକେଲ ଜବତ କରା ଯାଇଥିଲା । ଜବତ ବରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୁଚନା ମିଳିଛି । ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ…
ବାଘ ଶିକାର କରି ଚାରି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ପରିବାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଝୁଲନ୍ତା ଅବସ୍ଥାର ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ତାଳଚେର ବହ୍ଲର ଛକ ନିକଟସ୍ଥ ମନ୍ଦିର ସାମ୍ନା…