ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା-ବୁଢ଼ାପାଳ ରାସ୍ତାର ଚାରବାଟିଆ ଛକ ଠାରୁ ରବିବାର ବିଳମ୍ବିତ ରାତ୍ରୀରେ ଏକ କାରରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଛେଣ୍ଡିପଦା ପୁଲିସ ଚୋରା ଗଞ୍ଜେଇ ସହ କାରକୁ ଜବତ କରିଛି । ତେବେ କରରେ ଥିବା ଚାଳକଙ୍କ ସମେତ ଅନ୍ୟ ସମସ୍ତେ ଫେରାର ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ଉକ୍ତ ରାସ୍ତାରେ ରାତ୍ରୀରେ ପୁଲିସ ପେଟ୍ରୋଲିଂ କରୁଥିବାବେଳେ ଏକ କାରକୁ ସନ୍ଦେହରେ ଅଟକାଇଥିଲା । କାରରେ ଥିବା ଚାଳକଙ୍କ ସମେତ ଅନ୍ୟ ମାନେ ପୁଲିସକୁ ଦେଖି କାର ଛାଡି ଫେରାର ହୋଇଯାଇଥିଲେ । ପରେ ପୁଲିସ କାରକୁ ଜାଞ୍ଚ କରିଥିଲା । ଜାଞ୍ଚ କରିବା ପରେ କାରରେ ଏକ ବ୍ୟାଗ ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ପୁଲିସ ଗଞ୍ଜେଇ ସହ କାରକୁ ଜବତ କରି ଥାନାକୁ ଆଣିଥିଲେ । ଜବତ ଗଞ୍ଜେଇ କୁ ଓଜନ କରିବା ପରେ ୧୯ କେଜି ୫ ଶହ ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇ ମୁଦ ମରାଯାଇଥିଲା । ଏନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଗଞ୍ଜେଇ ସହ କାର ଜବତ,ଚାଳକ ଫେରାର
