ଶୀଘ୍ର ସାର ଜାତୀୟ ରାଜପଥ ୫୫ କାର୍ଯ୍ୟ – ମୁଖ୍ୟ ଶାସନ ସଚିବ

ଶୀଘ୍ର ସାର ଜାତୀୟ ରାଜପଥ ୫୫ କାର୍ଯ୍ୟ – ମୁଖ୍ୟ ଶାସନ ସଚିବ

ଅନୁଗୁଳ – ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି କଟକ – ସମ୍ବଲପୁର ଜାତୀୟ ରାଜପଥ ( ଏନ୍ଏଚ୍ – ୫୫ ) ର ଚାରି ଲେନ ବିଶିଷ୍ଟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଏନ୍‌ଏଚ୍ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ଅନୁଗୁଳ – ସମ୍ବଲପୁରର କାର୍ଯ୍ୟ ଦୀର୍ଘ ଦିନ ହେଲା ପଡିରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି । ବାରମ୍ବାର ଦୁର୍ଘଟଣା ହେଉଥିବାରୁ ନିର୍ମାଣ କାର୍ଯ୍ୟ ତ୍ଵରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜପଥର ଦୁଇ ଲେନ୍ କାର୍ଯ୍ୟ ଶେଷ କରିବା ସହ ପରବର୍ତୀ ୩ ମାସରେ ଅର୍ଥାତ୍ ଆସନ୍ତା ଜୁନ ସୁଦ୍ଧା ରାଜପଥର ୯୦ ପ୍ରତିଶତ କାର୍ଯ୍ୟ ଶେଷ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିସହିତ ଏନ୍ଏଚ୍ ୫୫ ରେ ଥିବା ପ୍ରମୁଖ ପ୍ଲାଏ ଓଭର , ରିଂ ରୋଡ୍ , ହାତୀ ଯତାୟାତ ପାଇ ଅଣ୍ଡରପାସ୍ ଏବଂ ଯାନବିହନନିମନ୍ତେ ମୁଖ୍ୟ ଅଣ୍ଡର ପାସ କାର୍ଯ୍ୟ ଆସନ୍ତା ଜୁନ ସୁଦ୍ଧା ଶେଷ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ଉତ୍ତରାଞ୍ଚଳ ରାଜ କମିଶନର ତ , ସୁରେଶ ଚନ୍ଦ୍ର ଦଳେଇ , ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ , ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର , ଜାତୀୟ ରାଜପଥ ସମ୍ବଲପୁର ଶାଖା ପ୍ରକଳ୍ପ ନିର୍ଦ୍ଦେଶକ କେ . ନାଗେଶ୍ୱର ରାଓ , ସିଜିଏମ୍ ଡ . ରାମପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳକୁ ସଂଯୋଗ କରୁଥିବା ତଥା ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜୀବନରେଖା କୁହାଯାଉଥିବା ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ଚାଲିଛି ଯେ ସରିବାର ନାଁ ନେଉ ନାହିଁ । ରାଜପଥ ନିର୍ମାଣରେ ଅହେତୁକ ମନ୍ଥରତା ଯୋଗୁଁ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି । ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ଗୁରୁବାର ସକାଳେ ମୁଖ୍ୟ ଶାସନ ସଚିବ ସମ୍ବଲପୁର ଯିବା ବାଟରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ କ୍ଷେତ୍ରୀୟ ପରିଦର୍ଶନ କରି ଜିଲ୍ଲାରେ ଜାରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

What’s your Reaction?
+1
1
+1
0
+1
0
+1
0
+1
1
+1
0
+1
0

Leave a Reply