ମେହେନ୍ଦୀରେ ୱାର୍ଲଡ଼ କପ ହକିକୁ ସ୍ୱାଗତ କଲେ ତାଳଚେର ଛାତ୍ରୀ – ଉଚ୍ଚ ଶିକ୍ଷା ବିଭାଗର ଟ୍ୱିଟ

ଅନୁଗୁଳ – ହକି ୱାର୍ଲଡ଼ କପକୁ ନେଇ ସବୁଠି ଉତ୍ସାହ ଭରି ରହିଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶାରେ ହେଉଥିବା ଏହା ହକି ମହାକୁମ୍ଭ ପାଇଁ ସମଗ୍ର ଓଡିଶା ଏକ ପ୍ରକାର ଉତ୍ସବ ମୁଖର ହୋଇ ପଡିଛି । ହକି ୱାର୍ଲଡ଼ କପକୁ ବିଭିନ୍ନ ଢଙ୍ଗରେ ଲୋକେ ସ୍ୱାଗତ କରୁଛନ୍ତି । ଏଭଳି ସ୍ଥଳେ ଅନୁଗୁଳ ଜିଲ୍ଲା ତାଳଚେରର କିଛି କଲେଜ ଛାତ୍ରୀ ପାରମ୍ପରିକ ମେହେନ୍ଦୀରେ ହକି ୱାର୍ଲଡ଼ କପକୁ ସ୍ୱାଗତ କରିଛନ୍ତି । ଯାହାକୁ ଉଚ୍ଚ ଶିକ୍ଷା ବିଭାଗ ଟ୍ୱିଟ କରି ପ୍ରଶଂସା କରିଛି । ତାଳଚେର ନୀଳ କଣ୍ଠେଶ୍ୱର ଡିଗ୍ରୀ କଲେଜର ପ୍ରାୟ ୭ ଜଣ ଛାତ୍ରୀ ନିଜ ହାତରେ ୱାର୍ଲଡ଼ କପକୁ ଅତି ସୁନ୍ଦର ଭାବେ ଏହି ମେହେନ୍ଦୀ ଲଗାଇଛନ୍ତି । ଯାହାକୁ ବେଶ ପ୍ରଶଂସା କରିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ । ଏହାକୁ ପ୍ରଶଂସା କରି ଉଚ୍ଚ ଶିକ୍ଷା ବିଭାଗ ଟ୍ୱିଟ କରିଛି ।

 

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored