ମୁଖ୍ୟ ଖବର ନବବିବାହିତା କିଶୋରୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ Angul OnlineAugust 9, 2023August 9, 2023 ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଦୁର୍ଗାପୁର ଗ୍ରାମରୁ ଏକ ନବବାହିତା କିଶୋରୀଙ୍କୁ ଚାଇଲ୍ଡ ଲାଇନ ଅନୁଗୁଳ ଦ୍ଵାରା ଉଦ୍ଧାର କରାଇଯାଇଛି । କିଶୋରନଗର ବ୍ଲକର ଲୁହାମୁଣ୍ଡା ଗ୍ରାମର ଜଣେ ନାବାଳିକା , ଦୁର୍ଗାପୁର ଗ୍ରାମର ଏକ ପୁଅକୁ ଭଲପାଉଥିଲା । ଝିଅଘର ଏହି ସମ୍ପର୍କ ପାଇଁ ରାଜି ନହୋଇ ଅନ୍ୟ ଏକ ସ୍ଥାନରେ ଝିଅଟିର ବିବାହ କରିବା ପାଇଁ ଚାହିଁଥିଲେ । ତେବେ ଏହି ପରିସ୍ଥିତିରେ ନବାଳିକା ଜଣଙ୍କ ଘରୁ ଚାଲି ଯାଇ ଭଲ ପାଉଥିବା ପୁଅ ସହିତ ଅନୁଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିବାହ କରିଥିଲେ । ଯେହେତୁ ଝିଅଟିକୁ ନାବାଳିକା ଥିଲା , ତେଣୁ ଏହି ବିବାହ ବିଷୟରେ ବିଶେଷ ସୂତ୍ରରୁ ଖବରପାଇ ଚାଇଲ୍ଡ ଲାଇନ ଅନୁଗୁଳ ଜିଲ୍ଲା ସଂଯୋଜିକା ପୂଜା ସ୍ୱାଇଁଙ୍କ ଦ୍ଵାରା, ସି.ଡ଼ି.ପି.ଓ ଛେଣ୍ଡିପଦା ସୁଶମା ସେଠୀ, ସ୍ଥାନୀୟ ଅଙ୍ଗନୱାଡି ସୁପରଭାଇଜର ପ୍ରମୋଦା ସାହୁ, ଜରପଡ଼ା ପୁଲିସ ଓ ଏକ୍ସେସ ଟୁ ଜଷ୍ଟିସ କାର୍ଯ୍ୟକର୍ତ୍ତା ଏବଂ ଚାଇଲ୍ଡ ଲାଇନ କର୍ମକର୍ତ୍ତା ରାମଚନ୍ଦ୍ର ସାହୁଙ୍କ ସହାୟତାରେ ଝିଅଟିକୁ ତାହାର ଶାଶୁଘରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଶିଶୁ ମଙ୍ଗଳ କମିଟିରେ ଝିଅଟିକୁ ଉପସ୍ଥିତ କରଯାଇଥିଲା । ପରବର୍ତ୍ତୀ ସମୟରେ ଝିଅଟିକୁ ଅନୁଗୁଳସ୍ଥିତ ଏକ ଶିଶୁ ଯତ୍ନ ଅନୁଷ୍ଠାନର ତତ୍ୱାବଧାନରେ ଛଡ଼ା ଯାଇଅଛି । Advertisement
ଦଶ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଯୁବକ ଛେଣ୍ଡିପଦା – ୨୦୧୩ ମସିହାରୁ ନିଖୋଜ ହୋଇଗଲେ ଆଉ ୨୦୨୩ରେ ଘରକୁ ଫେରିଲେ । ୧୦ ବର୍ଷ ପୁର୍ବେ ଅନୁଗୋଳ ଜିଲ୍ଲା ଛେଣ୍ତିପଦାର ନିଖୋଜ ଯୁବକଙ୍କୁ ଉତ୍ତରପ୍ରଦେଶରୁ…
ବିଧବା ମହିଳା ସହ ପ୍ରେମିକ ହଟହଟା ଅନୁଗୋଳ – ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ବିଧବା ମହିଳା ଓ ପ୍ରେମିକ । ବିଧବା ମହିଳା…
୧୦ ଲକ୍ଷ ଟଙ୍କା ଚଳୁ – ଜେ.ଇ. ଓ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ନାମରେ ଥାନାରେ ଏତଲା ଦେଲେ ବିଡିଓ ଅନୁଗୁଳ – ରାସ୍ତା ନିର୍ମାଣରେ ମହା ଘୋଟଲା । ରାସ୍ତା କାମ ନ କରି ୧୦ ଲକ୍ଷ ଟଙ୍କା ବିଲ କରି ଉଠାଇ ନେଲେ । ଏହି…