ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ – ଅନୁଗୁଳ ସହର ବାସନ୍ତୀଦୁର୍ଗା ପୁଜା ପଡିଆରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପକୁ ଅନ୍ଯତ୍ର ସ୍ଥାନାନ୍ତର ପାଇଁ ଦାବି ହୋଇଛି । ଏଥିପାଇଁ ବୁଧବାର ସହରର ଅମଲାପଡା ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା କଥା ଏହି ବାସନ୍ତୀଦୁର୍ଗା ମଣ୍ଡପ ପଡିଆ ଦୀର୍ଘ ବର୍ଷ ଧରି ଅନୁଗୁଳର ୩ୟ ବୃହତମ ଖେଳ ପଡିଆ ଭାବେ ବ୍ୟବହୃତ ହୋଇ ଆସୁଅଛି । ଏହି ପଡିଆରେ ବର୍ଷର ବାରମାସ ଭଲିବଲ, କ୍ରିକେଟ, କବାଡି, କରାଟେ ଓ ଯୋଗ ଶିକ୍ଷା ପାଇଁ ବ୍ୟବହୃତ ହେବା ସଂଗେ ସଂଗେ, ଏହି ପ୍ରାଙ୍ଗଣରେ ସ୍ଥାନୀୟ ଶିଶୁ ବିହାର ଶିକ୍ଷାନୁଷ୍ଠାନର ସାପ୍ତାହିକ ଡ୍ରିଲ ଶିକ୍ଷା , ଦାର୍ଷିକ କ୍ରିଡା ଓ ଉତ୍ସବ ଆଦି ପାଳନ ହୁଏ । ଉକ୍ତ ପଡିଆରେ  ଜିଲ୍ଲା ପ୍ରଶାସନ ଅନୁକୂଲ୍ୟର ମଧ୍ୟ ଭଲିବଲର ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କରାଯାଇଥାଏ । ଉକ୍ତ ମଣ୍ଡପ ଓ ତତ୍ ସଂଲଗ୍ନ ପଡିଆରେ ବାର୍ଷିକ ମା ବାସନ୍ତୀ ଦୁର୍ଗୋତ୍ସବ ଏବଂ ୧୦୮ ପ୍ରହର ହନୁମାନ ଚାଳିଶା ଯଙ୍ଗ୍ଯ ପାଳନ କରାଯାଏ । ନୃତ୍ୟନିଳୟ ତଥା ନାଟ୍ଯମ ଆଦି ସାଂସ୍କୃତିକ ଅନୁଷ୍ଠାନ ସେମାନଙ୍କର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା ମାନ ସମ୍ପାଦନ କରି ଜନସାଧାରଣଙ୍କ ମନୋରଞ୍ଜନ କରିଥାଆନ୍ତି । ବରିଷ୍ଠ ନାଗରିକ ତଥା ବାଳକ ବାଳିକାମାନେ  ଏହି ପଡିଆରେ ପ୍ରାତଃ ଓ ସାଂଧ୍ଯ ଭ୍ରମଣ ପାଇଁ ବ୍ୟବହାର କରିଥାଆନ୍ତି । ଜିଲ୍ଲା ପ୍ରଶାସନ ଏହି ପଡିଆକୁ ସରକାରୀ କାର୍ଯ୍ୟକ୍ରମ ଓ ମହୋତ୍ସବ ପରି ବିଭିନ୍ନ ସମୟରେ ଗାଡି ପାର୍କିଂ ପାଇଁ ବ୍ୟବହାର କରିଥାଆନ୍ତି । ତେବେ  ଏହି ପଡିଆରେ ପ୍ରସାଶନ କଲ୍ୟାଣ ମଣ୍ଡପ କରିବାକୁ ନିଷ୍ପତ୍ତି ନେଇଛି । ଯାହାଦ୍ୱାରା ବାସନ୍ତି ଦୁର୍ଗା ମଣ୍ଡପ ପଡିଆରେ ପୁର୍ବ ବର୍ଣ୍ଣିତ ଲୋକାଭିମୁଖ କାର୍ଯ୍ୟକ୍ରମ ପାଇଁ ସଂକୁଚିତ ହୋଇ ଅନୁପଯୁକ୍ତ ହେବା ସଂଗେ ସଂଗେ ସ୍ଥାନୀୟ ବାସିନ୍ଦା ମାନଙ୍କର ଅନେକ କ୍ଷତି ହେବ । ଏଣୁ ଉକ୍ତ ବିଷୟରେ ତଦନ୍ତ କରାଯାଇ ବାସନ୍ତୀ ଦୁର୍ଗା ପଡିଆରେ ପ୍ରସ୍ତାବିତ MPH / କଲ୍ୟାଣ ମଣ୍ଡପକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ବାସନ୍ତୀ ଦୁର୍ଗା ପଡିଆର ସ୍ଥିତାବସ୍ଥା ବଜାୟ ରଖିବାକୁ ଅଂଚଳବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ  କରିଛନ୍ତି ।

 

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored