ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ – ଇସ୍ତଫା ଦେଲେ କୋଷାଧକ୍ଷ

ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ – ଇସ୍ତଫା ଦେଲେ କୋଷାଧକ୍ଷ

ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ ଦେଖା ଦେଇଛି ଆସୋସିଏସନର କିଛି ବରିଷ୍ଠ କର୍ମକର୍ତ୍ତା ସେଠାରେ ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି ଏହା ସହ ଚଳିତ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦-୨୦ କ୍ରିକେଟ ମ୍ୟାଚ ପାଇଁ ଅନୁଗୁଳ କ୍ରିକେଟ ଆସୋସିଏସନକୁ ଆସିଥିବା ପାସ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ହୋଇ ସଂଘର କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ କହିବା କଥା ସଂଘର କିଛି ବରିଷ୍ଠ କର୍ମକର୍ତ୍ତା ମନମୁଖୀ କାର୍ଯ୍ୟ ଚଳାଇ ଆସୁଛନ୍ତି ଆସୋସିଏସନର ଉନ୍ନତି ମୂଳକ କାର୍ଯ୍ୟ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ , ସବୁଥିରେ ନିଜକୁ ସୁହାଇଲା ଭଳି କାରଜ୍ତୀ କରୁଛନ୍ତି ଯାହାକୁ ନେଇ ସେ ଅନେକ ଦିନ ହେଲା ଅସନ୍ତୁଷ୍ଟ ଥିଲେ ଆଉ ଏବେ ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଆସୋସିଏସନକୁ ଆସିଥିବା ପାସ ବାବଦରେ ତାଙ୍କୁ କିଛି ଜଣା ଗଲା ନାହିଁ କୋଷାଧ୍ୟକ୍ଷ ହୋଇ ସେ , ବାରବାଟୀ ମ୍ୟାଚ ପାଇଁ କେତେ ପାସ ଆସିଥିଲା ଏବଂ ସେସବୁ କେଉଁ ମାନଙ୍କୁ ଦିଆଗଲା ସେ ଜାଣି ପାରିଲେ ନାହିଁ । ମୁଖ୍ୟତଃ ସଂଘର ସଭାପତି ଓ ସମ୍ପାଦକ ତାଙ୍କୁ ଏ ବିଷୟରେ ନ ଜଣାଇବାରୁ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଖବର ସମ୍ପାଦକ ସାଗର ନାଥ ମିଶ୍ରଙ୍କ ପାଖକୁ ପଠାଇଥିବା ଜଣାଇଛନ୍ତି ।

What’s your Reaction?
+1
1
+1
0
+1
2
+1
0
+1
7
+1
0
+1
2

Leave a Reply