ବାଣିଜ୍ୟ ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି ହେବ – ଡିଭିଜନାଲ୍ ରେଲ୍ୱେ ମାନେଜର Angul OnlineFebruary 4, 2021February 4, 2021 ଅନୁଗୁଳ – ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍ର ଡିଭିଜନାଲ୍ ରେଲ୍ୱେ ମାନେଜର ଶୀକାନ୍ତ ସିଂହ ଆଜି ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସ୍ପିଏଲ୍)ର ଅନୁଗୁଳ ସମନ୍ୱୀତ ଇସ୍ପାତ କାରଖାନା ପରିଦର୍ଶନ କରି ଉଭୟ ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଜେଏସ୍ପିଏଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍. ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ସିଂହ ଇସ୍ପାତ କାରଖାନା ପରିସର ବୁଲିବା ସହିତ, ଉଭୟ ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଥିଲେ । ଜେଏସ୍ପିଏଲ୍ ଇସ୍ପାତ କାରଖାନାର ଆଗାମୀ ଦିନରେ ତାର କ୍ଷମତା ସଂପ୍ରସାରଣ ଯୋଜନା ରହିଛି । ଏହି ଯୋଜନା ସହିତ ପୂର୍ବତଟ ରେଳର ସମନ୍ୱୟ କରିବା, ଯାହାଦ୍ୱାରା ଜେଏସ୍ପିଏଲ୍ର ଇସ୍ପାତ ଉତ୍ପାଦନ ବୃଦ୍ଧିରେ ରେଳବାଇ ସହଯୋଗ କରିପାରିବ । ରେଳବାଇ ଏବଂ ଶିଳ୍ପ କର୍ତ୍ତୃପକ୍ଷ ଦୀର୍ଘକାଳିନ ଯୋଜନା ଏବଂ ମିଳିତ ଭାବରେ କାର୍ଯ୍ୟ କରିବାଉପରେ ସିଂହ ଗୁରୁତ୍ୱ ପ୍ରଦାନ କାରିଥିଲେ । ଏହି ପରୀପ୍ରେକ୍ଷୀରେ ସେ ଆହୁରି ମଧ୍ୟ କହିଥିଲେ ଯେ “ଆମର ଲକ୍ଷ ହେଉଛି ଏକ ସମୟରେ କାରଖାନା ପରିସର ଭିତରେ ଏବଂ ରେଳ ଟ୍ରାକ୍ରେ କାର୍ଯ୍ୟ କରି ମାଲ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା, ଯାହା ଫଳରେ ଜେଏସ୍ପିଏଲ୍ର କଞ୍ଚାମାଲ ଓ ଉତ୍ପାଦ ପରିବହନରେ କୌଣସି ସମସ୍ୟା ରହିବ ନାହିଁ ” । ଆଜିର ଆଲୋଚନା ଅନୁଯାୟୀ , ଉଭୟ ଜେଏସ୍ପିଏଲ୍ ଏବଂ ପୂର୍ବତଟ ରେଳର ପ୍ରତିନିଧିମାନେ ପାରସ୍ପରିକ ବ୍ୟବସାୟ ଅଭିବୃଦ୍ଧି ନିମନ୍ତେ ମାଲ ପରିବହନ ଆବଶ୍ୟକତା ଏବଂ ଉତ୍ତମ ସମନ୍ୱୟ ସଂପର୍କରେ ପ୍ରତିମାସରେ ବୈକଳ୍ପିକ ଭାବରେ ଅନୁଗୁଳ ଓ ଖୋର୍ଦ୍ଧାରେ ବୈଠକ କରି ଆଲୋଚନା କରିବେ । ଏହା ସହିତ ଜେଏସ୍ପିଏଲ୍ର ରେଳ ପରିବହନ ପାଇଁ ହେଉଥିବା ବିଦ୍ୟୁତ ଆବଶ୍ୟକତା ଓ ବିଦ୍ୟୁତ ଭିତ୍ତିଭୂମରେ ବିକାଶ ବିଷୟରେ ଶ୍ରୀ ସିଂହ ଆଲୋଚନା କରିଥିଲେ । Advertisement
ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଅନୁଗୁଳ ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ବହୁ ପ୍ରତିକ୍ଷିତସ୍କୁଟର ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ…
ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ଇସ୍ପାତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସମ୍ପୂର୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି…
ପବିତ୍ର ଦଶହରାରେ ଲକ୍ଷ୍ମୀ ହୋଣ୍ଡା ତରଫରୁ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟରର ଅଧିକୃୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ପବିତ୍ର ଦଶହରା ଉପଲକ୍ଷେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଗ୍ରାହକ…