ଅନୁଗୁଳ – ଅନୁଗୁଳ ଜିଲ୍ଲାର କରୋନା ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି । ମୃତକ ଜଣଙ୍କ ହେଲେ ଅନୁଗୁଳ ରିଜର୍ଭ କାର୍ଯ୍ୟାଳୟରେ କନେଷ୍ଟବଳ ଭାବେ କାର୍ଯ୍ୟରତ ସତ୍ୟବାଦୀ ଦେହୁରୀ । ତାଙ୍କ ନିଜସ୍ଵ ଘର ଛେଣ୍ଡିପଦା ଥାନା ବସନ୍ତପୁର । ସେ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ରାତି ପ୍ରାୟ ୧୧ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ପୁଲିସ ବିଭାଗ ସମେତ ଗାଁ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସତ୍ୟବାଦୀ ଜଣେ ଭଲ ଭଲିବଲ ଖେଳାଳି ଭାବିବେ ଜିଲ୍ଲାରେ ବେଶ ଜଣାଶୁଣା ଥିଲେ । ଏହା ସହ ଜଣେ ମିଷ୍ଟଭାଷୀ , ଆମାୟିକ ଓ ପରୋପକାରୀ ଭାବରେ ତାଙ୍କର ବେଶ ସୁନାମ ଥିଲା ।
What’s your Reaction?
+1
+1
2
+1
1
+1
2
+1
11
+1
2
+1
24