ଅପରାଧ ସାଇବର ଲୁଟେରାଙ୍କ ଟାର୍ଗେଟରେ ପୂର୍ବତନ ଏଲ୍ଆଇସି କର୍ମଚାରୀ – ଲୁଟିନେଲେ ୨ ଲକ୍ଷ ଟଙ୍କା Angul OnlineJune 9, 2021June 9, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଲୁଟେରାଙ୍କ ଠକାମିର ଶିକାର ହୋଇଛନ୍ତି ଜଣେ ପୂର୍ବତନ ଏଲ୍ଆଇସି କର୍ମଚାରୀ । ଲୁଟେରା ମାନେ ତାଙ୍କୁ କବଜା କରି ତାଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗାଁର ପୂର୍ବତନ ଏଲ୍ଆଇସି କର୍ମଚାରୀ ସଚ୍ଚିଦାନନ୍ଦ ତ୍ରିପାଠୀଙ୍କୁ ଗତ ୪ ତାରିଖରେ , ତାଙ୍କ ସିମ୍ ବ୍ଲକ୍ ହୋଇଯିବ ବୋଲି ଏକ ଫୋନ୍ ଆସିଥିଲା । ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ହେଲେ ଆଧାର ନମ୍ବର ଓ ତାଙ୍କ ବ୍ୟାଙ୍କର ବିବରଣୀ ପ୍ରଦାନ କରିବାକୁ ହେବ ବୋଲି କହିବା ସହ ତାଙ୍କ ଏଟିଏମ୍ କାର୍ଡର ଫଟୋ ପଠାଇବାକୁ କହିଥିଲେ । ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ତ୍ରିପାଠୀ ସମସ୍ତ ତଥ୍ୟ ପ୍ରଦାନ କରିଚାଲିଲେ । ଏ ସବୁ ତଥ୍ୟ ଦେବା ପରେ ସଚ୍ଚିଦାନନ୍ଦଙ୍କ ୨ଟି ଏକାଉଣ୍ଟରୁ ସେହିଦିନ ଏବଂ ୫ ତାରିଖରେ ୨ ଲକ୍ଷ ୨୦ ହଜାର ଟଙ୍କା କଟି ଯାଇଥିଲା । ଯାହାକି ସାଇବର ଲୁଟେରା ମାନେ ତାଙ୍କୁ ଠକାମି କରି ଏହି ଟଙ୍କା ଲୁଟ କରି ନେଇଥିଲେ । ଏ ନେଇ ସେ ବ୍ୟାଙ୍କକୁ ଜଣାଇବା ପରେ ବ୍ୟାଙ୍କ କତ୍ତୃପକ୍ଷଙ୍କ କହିବା ଅନୁସାରେ ସେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଆଇଟି ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
୯୭ ହଜାର ଲୁଟିନେଲେ ସାଇବର ଲୁଟେରା ଅନୁଗୋଳ – ଅନୁଗୋଳ ଜିଲ୍ଲା କୋଲିଏରୀ ଥନା ଅନ୍ତର୍ଗତ ଘଣ୍ଟପଡ଼ାଠାରେ ଥିବା ଗ୍ଲୋବାଲ କୋଲ ୱାସେରୀର ଜଣେ କର୍ମଚାରୀଙ୍କଠାରୁ ୯୭ ହଜାର ୬୯୦ ଟଙ୍କା ଲୁଟି ନେଇଛନ୍ତି…
କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡାଇ ଗୋଡାଇ ଧରିଲା ବନ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କୋଶଳା ଗ୍ରାମ ନିକଟରେ ଗତକାଲି ରାତ୍ରୀ ୩ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଛେଣ୍ଡିପଦା…
ମୋବାଇଲ ଚୋର ଧରିବାକୁ ଯିବା ବେଳେ ପୁଲିସକୁ କାମୁଡି ଦେଲା – ୨ ଗିରଫ ପାଲଲହଡ଼ା – ଏକ ଚୋରା ମୋବାଇଲ କିଣିଥିବା ଜଣେ ଯୁବକକୁ ଧରିବାକୁ ଯାଇ ପୁଲିସକୁ ହଟହଟା ହେବା ସହ ଉକ୍ତ ଯୁବକଙ୍କ ଆକ୍ରମଣରେ ଲହୁଲୁହାଣ ହେବାକୁ ପଡିଛି…