କୋଇଲା ନଗରୀ ନେବ ନୂଆଁ ରୂପ

ଅନୁଗୁଳ – କଳାହିରାର ସହର ତାଳଚେର ସହର ରୂପ ବଦଳିବ । ତାଳଚେରରେ ବିଭିନ୍ନ ଆଖି ଝଲସିବା ବଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତାଳଚେର ଷ୍ଟାଡିୟମ , ସ୍ୱାସ୍ଥ୍ୟ ଓ ଐତିହ୍ୟ କ୍ଷେତ୍ରରେ ବିକାଶ , ରାଣୀ ପାର୍କର ସୁରକ୍ଷା , ପ୍ରଜାମଣ୍ଡଳ ପରିସରର ପୁନରୁଦ୍ଧାର , ପୁସ୍ତକ , କୋଇଲା ସଂଗ୍ରହାଳୟ ଓ ଉନ୍ନତମାନର ପାର୍କ ନିର୍ମାଣ କରାଯିବ । ଏ ସବୁ ନିର୍ମାଣ ପାଇଁ ମାଷ୍ଟର ପ୍ଳାନ ତିଆରି କରିଛି ଜିଲ୍ଲା ପ୍ରଶାସନ ।

ଖୁବ ଶୀଘ୍ର ଟେଣ୍ଡର ସହ ଗୋଟିଏ ବର୍ଷ ଭିତରେ ଏ ସବୁ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖା ଯାଇଛି । ପ୍ରଦୂଷିତ ସହର ତାଳଚେରର ଶୋଭା ବଢାଇବା ପାଇଁ ପ୍ରଶାସନ ପକ୍ଷରୁ ଡିଜାଇନ ପ୍ରସ୍ତୁତ ହୋଇ ସାରିଛି । ମୁଖ୍ୟତଃ ରାଜବାଟୀ ରାସ୍ତାର ପୁନରୁଦ୍ଧାର କରାଯାଇ ସ୍ୱାସ୍ଥ୍ୟ ସହ ହେରିଟେଜ କରିଡର କରାଯିବ । ପ୍ରବେଶ ପଥରେ ସୁନ୍ଦର ଫାଟକ ସହ ରାଣୀପାର୍କର ନବୀକରଣ କରାଯିବ । ପ୍ରାଚୀର ଗୁଡିକରେ ତାଳଚେର ଇତିହାସର ଛାପ ଦିଆଯିବ । ଏହା ସହ ଏକ ଅତ୍ୟାଧୁନିକ ଷ୍ଟାଡିୟମ କରାଯିବ । ତାଳଚେର ପ୍ରଜାମଣ୍ଡଳ ଭାବନା ପୁନରୁଦ୍ଧାର ମଧ୍ୟ କରାଯିବା ପାଇଁ ପ୍ରସ୍ତାବ ରହିଛି । ଏହି ସବୁ କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସାରିବାକୁ ଧାର୍ଯ୍ୟ କରା ଯାଇଥିବା ବେଳେ ଏହା ସମ୍ପୁର୍ଣ୍ଣ ହେଲେ ସହରର ରୂପରେଖ ବଦଳିଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କହିବା ସହ ଲୋକାମାନେ ସହଯୋଗର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି । ଏହି ସବୁ ପରିଯୋଜନା କାର୍ଯ୍ୟକ୍ରମ 5T ଦ୍ୱାରା ହେବ । ଏହି ସବୁ କାର୍ଯ୍ୟର ଡିଜାଇନ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦେବା ପରଠାରୁ ସମସ୍ତ ତାଳଚେର ବାସୀଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored