କୂଅ ଭିତରୁ ମିଳିଲା ମୃତଦେହ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ଘର ଖିଣ୍ଡା ଗ୍ରାମରେ ହୋଇଥିବା ବେଳେ ତାଙ୍କ ନାମ ପ୍ରଶାନ୍ତ ସାହୁ ବୋଲି ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ ପ୍ରଶାନ୍ତ ଦୁଇ ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ଆଜି ସକାଳେ ଗ୍ରାମ ନିକଟରେ ଥିବା ଗୋଟିଏ କୂଅରେ ତାଙ୍କର ମୃତ ଦେହ ଭାସୁଥିବା କିଛି ଲୋକ ଦେଖିଥିଲେ । ଏନେଇ ବନ୍ତଳା ପୁଲିସ ଏବଂ ଅନୁଗୁଳ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଥିଲା । ପୁଲିସ ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Advertisement

Leave a Reply

Your email address will not be published. Required fields are marked *