ଅନୁଗୁଳ – ଅନୁଗୁଳରେ ପୂଣି ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ଅନୁଗୁଳ ସହର ଡେଲି ମାର୍କେଟ ଭିତରୁ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦୦ ମିଟର ଦୂର ଏହି ଡେଲି ମାର୍କେଟରେ ନବଜାତ ଶିଶୁ ପୁତ୍ରର ମୃତଦେହ ପଡିଥିବା ବେଳେ କିଏ ଓ କାହିଁକି ଏଠାରେ ପକାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଳମ୍ବିତ ରାତିରେ କେହି ରାତିରେ ଏଠି ଶିଶୁଟିକୁ ପକାଇ ଚାଲି ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଶିଶୁଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା । ତେବେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ଆଣିବା ସହ ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
+1
+1