ପ୍ରସ୍ତାବିତ ଖଣି ଅଞ୍ଚଳରେ ଡିଟେଲଡ ଇମ୍ପାକ୍ଟ ଷ୍ଟଡି ପାଇଁ ଦାବି

ପ୍ରସ୍ତାବିତ ଖଣି ଅଞ୍ଚଳରେ ଡିଟେଲଡ ଇମ୍ପାକ୍ଟ ଷ୍ଟଡି ପାଇଁ ଦାବି

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସିଙ୍ଗରାଣୀ କମ୍ପାନୀର ନୈନି କୋଲ ବ୍ଳକ ପାଇଁ  ICFRE କୁ ଏହାର ବିସ୍ତୃତ ପ୍ରଭାବ ଅନୁଧ୍ୟାନ କରିବାକୁ ଦାବି ହୋଇଛି । ଛେଣ୍ଡିପଦା ଠାରେ ପ୍ରାୟ ୫୦୦ ହେକ୍ଟର ଜଙ୍ଗଲ ଜମି ସମେତ ୨୦୦ ହେକ୍ଟର ଜମିରେ ତେଲେଙ୍ଗାନା ରାଜ୍ୟର ସିଙ୍ଗରାଣୀ କମ୍ପାନୀ ପାଇଁ ନୈନି କୋଲ ବ୍ଳକ ଦିଆ ଯାଇଛି । ଏହି ପ୍ରକଳ୍ପର ଫରେଷ୍ଟ ଡାଇଭର୍ସନ ପ୍ରୋଜେକ୍ଟକୁ ତ୍ବରାନ୍ବିତ କରିବାପାଇଁ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏଥିପାଇଁ ସ୍ଥିରୀକୃତ Indian Council for Forestry Research and Education ( ICFRE ) କୁ ଏହାର ବିସ୍ତୃତ ପ୍ରଭାବ ଅନୁଧ୍ୟାନ ନକରିବାକୁ କହିଛି । ଜଙ୍ଗଲ ବିଭାଗର ଆକଳନ ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ଛେଣ୍ଡିପଦା ରିଜର୍ଭ ଫରେଷ୍ଟ ରୁ ଶାଳ ଶାଗୁଆନ ଓ ସୁନାରୀ ପ୍ରଭୃତି  ଏକ ଲକ୍ଷ ୫ ହଜାର ବୃକ୍ଷ , ରାଜସ୍ଵ ଜଙ୍ଗଲରୁ ୧୦୮୭ ବୃକ୍ଷ ଓ ଅଣ ଜଙ୍ଗଲ ଜମିରୁ ୩୨୭ ବୃକ୍ଷ କଟା ଯିବ । ଜଙ୍ଗଲ ବିଭାଗର ଇନ୍ସପେକସନ ଟିମ ଅନୁଯାୟୀ ଏହାଦ୍ଵାରା ହାତୀ ଚଳ ପ୍ରଚଳରେ ବ୍ୟଘାତ ସୃଷ୍ଟି ହେବାର ଥିବାରୁ , ସେମାନଙ୍କ ନିରାପଦ ଯାତ୍ରା ପାଇଁ ବିକଳ୍ପ ବ୍ୟବସ୍ଥା ହେବା ଦରକାର । ତେବେ ସିଂଙ୍ଗରାଣୀ କମ୍ପାନୀ ଦ୍ବାରା ତୁରନ୍ତ କୋଇଲା ଖନନ ପାଇଁ , ଏହାର ବିସ୍ତୃତ impact study , ICFRE ଦ୍ବାରା ନକରିବାକୁ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ M Nagaraju ରାଜ୍ୟକୁ ଚିଠି ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ୮ ବର୍ଷ ମଧ୍ୟରେ ଏହି ଅଂଚଳରେ ହାତୀ ମଣିଷ ବିବାଦରେ ୧୮୪ ଟି ହାତୀ ମରିବା ସହ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ବ୍ୟାପକ ଶିଳ୍ପାୟନ ଓ ଖଣି ଖାଦାନ ଯୋଗୁଁ ଏହି ଅଞ୍ଚଳ ହାତୀ କରିଡର ଗୁଡିକ ନଷ୍ଟ ହୋଇ ଯାଉଥିବା ବେଳେ ହାତୀ- ମଣିଷ ବିବାଦ ବୃଦ୍ଧି ପାଇ ବହୁ ଧନ ଜୀବନ ନଷ୍ଟ ହେଉଛି । ଏହି ପରିପ୍ରେକ୍ଷୀରେ ‘ ଖଣି ପ୍ରଭାବିତ ପ୍ରଜା ସଂଘ ” ଓ ” ସିଟିଜିନସ ଆକ୍ସନ ଫୋରମ ” , ସିଙ୍ଗରାଣୀ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେବାପାଇଁ , କୋଇଲା ମନ୍ତ୍ରଣାଳୟ ର ଏତାଦୃଶ କାର୍ଯ୍ୟକୁ ତୀବ୍ର ବିରୋଧ କରିଛି । ଏହାଦ୍ବାରା ଏହି ଅଞ୍ଚଳରେ ହାତୀ ମଣିଷ ବିବାଦ ବୃଦ୍ଧି ସହ ପରିବେଶ ବିପର୍ଯ୍ୟୟ ସୃଷ୍ଟି ହେବ । ସମଗ୍ର ଛେଣ୍ଡିପଦା ଅଞ୍ଚଳର Detailed Impact Study ସମେତ ଅନୁଗୁଳ ଜିଲ୍ଲା ପାଇଁ ତୁରନ୍ତ ” Habitat Planning ” ପ୍ରସ୍ତୁତ କରିବାକୁ ସଂଗଠନ ଦାବି କରିଚ୍ଚି । ଏ ନେଇ ଅନୁଗୁଳର ଏକ ହୋଟେଲରେ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆ ଯାଇଛି । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନାରୀ ନେତ୍ରୀ ସସ୍ମିତା ବେହେରା , ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର , ବରିଷ୍ଠ ଓକିଲ ରବିଚନ୍ଦ୍ର ପଟନାୟକ , ସାମ୍ବାଦିକ ସୁଶାନ୍ତ ପ୍ରଧାନ ଆଦି ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply