ସମସ୍ୟା ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି Angul OnlineApril 20, 2023April 20, 2023 ଅନୁଗୋଳ – ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁକୁ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ । ଜାତୀୟ ରାଜପଥ ୫୫ର ବଅଁରପାଳ ଠାରୁ ବଡକେରା ପର୍ଯ୍ୟନ୍ତ ସବୁ ସମୟରେ ଭିଡ଼ ରହୁଛି । ମୁଖ୍ୟତଃ ସକାଳ ୮ ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ସାଧାରଣ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ତେବେ ଏହି ସମୟରେ ବଡ ବଡ ଭରିଯାନ ଚଳାଚଳ ହେଉଥିବା ଯୋଗୁଁ ରାସ୍ତା ଜାମ ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଯାହା ଫଳରେ ନିରୀହ ଲୋକଙ୍କ ଜୀବନ ଯାଉଛି । ଏଣୁ ଏହି ସମୟରେ ଜାତୀୟ ରାଜପଥ ୫୫ ରେ ଭରିଯାନ ଚଳାଚଳ ନେଇ କଟକଣା ଲାଗୁ କରିବାକୁ ଦାବି କରାଯାଇଛି । Advertisement
ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଅନୁଗୁଳ – ଅନୁଗୁଳ ସହର ବାସନ୍ତୀଦୁର୍ଗା ପୁଜା ପଡିଆରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପକୁ ଅନ୍ଯତ୍ର ସ୍ଥାନାନ୍ତର ପାଇଁ ଦାବି ହୋଇଛି । ଏଥିପାଇଁ ବୁଧବାର ସହରର ଅମଲାପଡା…
ତୈଳ ଦର ବୃଦ୍ଧି ପ୍ରତିବାଦ – କଂଗ୍ରେସର ଅଭିନବ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ତୈଳ ଦର ବୃଦ୍ଧି ପ୍ରତିବାଦରେ ଅଭିନବ ବିକ୍ଷୋଭ କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଶଗଡ଼ ଗାଡ଼ି ଓ ସାଇକେଲ…
ବିଟ ହାଉସକୁ ଭରସା ଦଦରା ଜିପ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାଗଡ଼ିଆର ଥିବା ବିଟ ହାଉସରେ ଭଲ ଗାଡି ଖଣ୍ଡିଏ ନାହିଁ । ଏକ ବହୁ ପୁରୁଣା ଭଙ୍ଗରା…