ଢାବା ମାଲିକଙ୍କୁ ଅପହରଣ ଅଭିଯୋଗ

ଛେଣ୍ଡିପଦା – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ପଞ୍ଚାୟତର ଶିତରାସାହି ଠାରେ ଥିବା ଢ଼ାବା ମାଲିକଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି l ଢ଼ାବା ମାଲିକ ରାଇଝରଣ ଗ୍ରାର ଦୀପକ କୁମାର ବାରିକ ବୋଲି ଜଣା ପଡିଛି l ଏହି ଘଟଣା ଜଣା ପଡିବା ପରେ ପୂଲିସ ରାଜ୍ୟ ରାଜପଥକୁ ସିଲ କରି ବିଭିନ୍ନ ଗାଡି ମୋଟର ଜାଞ୍ଚ କରି ତଦନ୍ତ ଚଳାଇଛି l ତେବେ ଢ଼ାବା ମାଲିକଙ୍କୁ କିଏ ଓ କାହିଁକି ଅପହରଣ କରିଛି ସେ ନେଇ ଜଣା ପଡି ନାହିଁ l ସୂଚନା ଅନୁସାରେ ଦୁର୍ବୁତ୍ତ ମାନେ ଏକ ବୋଲେରୋ ଏବଂ ଆଉ ଏକ କାରରେ ଆସି ଅପହରଣ କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ତେବେ ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି । ଉଦ୍ଧାର ପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *