ଆଞ୍ଚଳିକ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ Angul OnlineFebruary 2, 2023February 2, 2023 ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ ଦାୟିତ୍ତ୍ବ ନେବା ପରେ ମାନ୍ୟବର ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟି ବିଭାଗର ଦାୟିତ୍ବ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ବିଭାଗର ଅନ୍ୟତମ ଉପଦେଷ୍ଟା ଉମିଲତା ଦାସ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ । ଏହା ସହିତ ଉଭୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ପ୍ରମୂଖ ଶାସନ ସଚ୍ଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନୀ ଓ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚ୍ଚିବ ବି ପରମେଶ୍ବରନଙ୍କୁ ଭେଟି ସରକାରଙ୍କ ପାନୀୟଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପ୍ରତ୍ୟେକ ଘର ଓ ପରିବାରକୁ ବିଶୁଦ୍ଧ ପିଇବା ପାଣି ଯୋଗେଇ ଦେବାର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଓଡିଶା ସରକାର ନିରନ୍ତର କାମ କରୁଛନ୍ତି । ଏହା ସହିତ ଲୋକଙ୍କ ସମସ୍ୟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡିଶା ସରକାରଙ୍କ ପାଖରେ ପହଞ୍ଚାଇବା ଓ ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ସଫଳ ଭାବେ ପହଞ୍ଚାଇବା ପାଇଁ ସେ ନିରନ୍ତର ପ୍ରୟାସ କରିବେ ବୋଲି ଦିନେଶ ପ୍ରଧାନ ପ୍ରକାଶ କରିଛନ୍ତି । Advertisement
ପ୍ରତିଶ୍ରୁତି ଦେଲେ ବିଧାୟକ – ବାଗଡିଆ ଥାନା ବାଗଡିଆରେ ହେବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ଉକ୍ତ…
ମା’ଙ୍କୁ ମେଲାଣି – ଭକ୍ତିମୟ ପରିବେଶରେ ମା’ ଲକ୍ଷ୍ମୀଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ଅନୁଗୁଳ – ଧରାପୃଷ୍ଠରୁ ବିଦାୟ ନେଲେ ମା ଧନଦାତ୍ରୀ ଲକ୍ଷ୍ମୀ । ଭକ୍ତଙ୍କ ଗହଣରେ ଲୀଳାଖେଳା ସାରି ମେଲାଣି ନେଲେ ମା । ଶିଳ୍ପସମୃଦ୍ଧ ଅନୁଗୁଳ ସହରରେ…
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…