ଦିନେଶ ପ୍ରଧାନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ତ୍ବପୂର୍ଣ ଦାୟିତ୍ୱ

ଦିନେଶ ପ୍ରଧାନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ତ୍ବପୂର୍ଣ ଦାୟିତ୍ୱ

ଅନୁଗୁଳ – ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କୁ ଓଡିଶା ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବସୁଧାର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି । ଏହି ଦାୟିତ୍ତ୍ବ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ନେତୃମଣ୍ଡଳୀ ତଥା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ , ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରତାପ ଜେନା , ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲୀ , ଯୁବ କଲ୍ୟାଣ ବୋର୍ଡର ଅଧକ୍ଷ କୁନ ବିହାରୀ ଦାସ , ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବୌମକେଶ ରାଏ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଆଜି ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତସଚ୍ଚିବ ତଥା 5Tସଚ୍ଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇବା ସହିତ ଦିଆଯାଇଥିବା ଦାୟିତ୍ତ୍ବ ବିଷୟରେ ଆଲୋଚନା କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଯେଉଁ ଲକ୍ଷ ରହିଛି ଓଡିଶାର ପ୍ରତ୍ୟକ ଘର ଓ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ , ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଜକୁ ସମର୍ପିତ କରି କାମ କରିବା ପାଇଁ ସେ ପ୍ରକାଶ କରିଛନ୍ତି । ଦିନେଶ ଜଣେ ସାଧାରଣ ଓ ମଧ୍ୟବିତ୍ତ ପରିବାରର ଉଚ୍ଚ ଶିକ୍ଷିତ ଯୁବକ । ଅନୁଗୁଳ ମହାବିଦ୍ୟାଳୟ ରେ ର ବି ଏସ୍ ସି Computer Science ଛାତ୍ର ଥିବାବେଳେ , ଛାତ୍ର ରାଜନିତିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାପରେ BPUT ଅଧୀନରେ MCA କରି ବ୍ୟାଙ୍ଗଲୋର ର ଏକ ଆନ୍ତର୍ଜାତୀୟ IT Company ରେ ୨.୫ ବର୍ଷ ପାଇଁ ଚାକିରି କରିଥିଲେ । ତାପରେ ୨୦୧୩ ରେ ଚାକିରି ଛାଡି ସକ୍ରୀୟ ରାଜନିତିରେ ଆସିଥିଲେ ଓ ୨୦୧୭ରୁ କ୍ରମାଗତ ଭାବେ ସଫଳତାର ସହିତ ୩ ଥର ପାଇଁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦାୟିତ୍ବ ନିର୍ବାହ କରୁଛନ୍ତି । ଗତ ୨ ବର୍ଷ ରେ ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲାରେ ୫୭୦୦ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯାଇଛି । ଏହା ସହିତ ଜିଲ୍ଲା ନେତୃମଣ୍ଡଳୀ ସାଂସଦ ମହେଶ ସାହୁ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନଳିନୀକାନ୍ତ ପ୍ରଧାନ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା , ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ , ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ , ପାଲଲହଡା ବିଧାୟକ ମୁକେଶ କୁମାର ପାଲ ଙ୍କର ଆଶିର୍ବାଦ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ଅନୁଗୁଳ ଜିଲ୍ଲାର ସମସ୍ତ ଗୁରୁଜନ , ମା , ମାଉସୀ , ଶ୍ରମିକ , କୃଷକ , ବ୍ୟବସାୟୀ ମାନଙ୍କର ଆଶିର୍ବାଦ ଓ ଭଲପାଇବା , ବିଜୁ ଯୁବ ଜନତା ଦଳର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ଭାଇ ଓ ଭଉଣୀ ମାନଙ୍କର କ୍ରମାଗତ ଭାବେ କଠିନ ପରିଶ୍ରମ , ସେବା ଓ ସଙ୍ଗଠନ କାର୍ଯ୍ୟରେ ସହଯୋଗ କରିବା ହିଁ ଆଜି ତାଙ୍କୁ ଏହି ସରକାରୀ ଦାୟିତ୍ବ ମିଳିଥିବା ସେ କହିବା ସହ ଏଥି ପାଇଁ ସୁଯୋଗ ଦେଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
7
+1
0
+1
0

Leave a Reply