ଆଞ୍ଚଳିକ ଫୁଡ୍ ଫର ଲାଇଫ୍ କାର୍ଯ୍ୟକ୍ରମରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ Angul OnlineOctober 8, 2023October 8, 2023 ଅନୁଗୁଳ – ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ୍) ଅନୁଗୁଳ ପକ୍ଷରୁ ରବିବାର ସୌଭାଗ୍ୟ ନଗର ବସ୍ତି, ତାମ୍ରିତ୍ କଲୋନୀ, ଅନୁଗୋଳ ରେ ଫୁଡ୍ ଫର ଲାଇଫ୍ କାର୍ଯ୍ୟକ୍ରମ ରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଇସ୍କନ୍ ର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରିଲ ପ୍ରଭୁପାଦଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କେନ୍ଦ୍ରରେ ପ୍ରାୟ ୫୦ ବର୍ଷ ଧରି ଚାଲିଛି । ଇସ୍କନ୍ ର ଅନୁଗୁଳ ଶାଖାରେ ଏହି କାର୍ଯ୍ୟକ୍ରମ ବିଗତ ୧୦ ବର୍ଷ ଧରି ଚାଲି ଆସୁଛି । ଏହି କାର୍ଯ୍ୟକ୍ରମ ଦ୍ଵାରା କେନ୍ଦ୍ର ର ଆଖପାଖରେ ବସବାସ କରୁଥିବା ସାମାଜିକ ଅନଗ୍ରସର, ଅବହେଳିତ ତଥା ଗରିବ ଶ୍ରେଣୀ ର ପିଲା, ବୃଦ୍ଧ, ରୋଗୀ ବିନା ମୂଲ୍ୟ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଅର୍ପିତ ଶୁଦ୍ଧ ଶାକାହାରୀ ସୁସ୍ୱାଦୁ ପ୍ରସାଦ ସେବନ କରିଥିଲେ। ପ୍ରାୟ ୧୦୦୦ ବସ୍ତି ବାସିନ୍ଦା ଲୋକଙ୍କୁ ପ୍ରସାଦ ବିତରଣ କରା ଯାଇ ସେମାନଙ୍କୁ ହରିନାମ ସଙ୍କୀର୍ତ୍ତନ ରେ ଭାଗ ନେବା ପାଇଁ ଉତ୍ସାହିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ହିମାଚଳ ପ୍ରଦେଶ ର ଅମିତ୍ କୁମାର ଏବଂ ତାଙ୍କ ପରିବାର ଆର୍ଥିକ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ପକ୍ଷରୁ ଫୁଡ୍ ଫର ଲାଇଫ ଟିମ୍ ଯୁବା ଭକ୍ତ ମାନେ ପରିଚାଳନା କରିଥିଲେ । Advertisement
କୂଅ ଭିତରୁ ମିଳିଲା ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ଘର ଖିଣ୍ଡା ଗ୍ରାମରେ…
ମା’ବାୟାଣୀଙ୍କ ବାର୍ଷିକ ଯାତ୍ରା ସମ୍ପନ୍ନ,ଲକ୍ଷାଧିକ ଭକ୍ତଙ୍କ ସମାଗମ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଲକ୍ଷାଧିକ ଜନସମାଗମରେ…
ପପୁ ତ୍ରିପାଠୀ ହେଲେ ନିର୍ବାହୀ ଅଧିକାରୀ ଅନୁଗୁଳ – ଅନୁଗୁଳର ପପୁ ତ୍ରିପାଠୀ ନାମରେ ପରିଚିତ ସତ୍ୟ ପ୍ରକାଶ ତ୍ରିପାଠୀ ହେଲେ ଚାନ୍ଦବାଲି ଏନ ଏ ସି ର ନିର୍ବାହୀ ଅଧିକାରୀ । ଆଜି…