ମୁଖ୍ୟ ଖବର ପୋଖରୀରେ ବୁଡି ବାପ-ପୁଅ ମୃତ Angul OnlineSeptember 17, 2021September 17, 2021 ଅନୁଗୁଳ – ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ଗାଧେଇବାକୁ ଯାଇ ପାଣିରେ ବୁଡି ୪ ବର୍ଷର ପୁଅ ସମେତ ବାପାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର କ୍ଷୀରୋଦ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ପୁଅ ଚନ୍ଦନ ସହ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଗାଧେଇବାକୁ ଯାଇଥିଲେ । ତେବେ ପୋଖରୀରେ ଗାଧେଇବା ବେଳେ ଅସାବଧାନତା ବଶତଃ ପୁଅର ଗୋଡ଼ ଖସି ଯାଇଥିଲା । ପୁଅକୁ ଉଦ୍ଧାର କରିବାକୁ ଯାଇ ବାପ ମଧ୍ୟ ଗଭୀର ପାଣି ଭିତରକୁ ଚାଲିଯିବା ସହ ଆଉ ଉପରକୁ ଉଠି ପାରି ନଥିଲେ । ଫଳରେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିଲା । ତେବେ ବାପା ପୁଅ ପୋଖରୀରେ ଭାସୁଥିବା ଦେଖି ଗାଁ ଲୋକ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ଏଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ କଇଁଛବାହାଳ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ସୁନ୍ଦରୀ ସବୁଦିନ ପାଇଁ କାଟିବା ବନ୍ଦୀ ଜୀବନ ଅନୁଗୁଳ – ବାଘର ଆନ୍ତରାଜ୍ୟ ସ୍ଥାନାନ୍ତରରେ ପ୍ରଥମ ଥର ପାଇଁ ପ୍ରୟାସ କେବଳ ବିଫଳତାରେ ଶେଷ ହୋଇନାହିଁ , ବରଂ ବର୍ତ୍ତମାନ ପଶୁ ଉପରେ ଏହାର ବେଶ…
ଉତ୍ସାହ ଉଦୀପନାର ସହ ସ୍ଵାଧୀନତା ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧନତା ଦିବସ ରବିବାର ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପର୍ଯ୍ୟଟନ,ଓଡିଆ ଭାଷା,ସାହିତ୍ୟ ଓ…
ଭାଙ୍ଗିଲା ୧୦ ବର୍ଷର ରେକର୍ଡ – ଅନୁଗୁଳ ସବୁଠୁ ଉତ୍ତପ୍ତ ଅନୁଗୁଳ – ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏହା ରାଜ୍ୟର ସବୁଠୁ ଅଧିକ…