ଭାଙ୍ଗିଲା ୧୦ ବର୍ଷର ରେକର୍ଡ – ଅନୁଗୁଳ ସବୁଠୁ ଉତ୍ତପ୍ତ

ଅନୁଗୁଳ – ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏହା ରାଜ୍ୟର ସବୁଠୁ ଅଧିକ ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି ।କେବଳ ଏତିକି ନୁହଁ, ରବିବାର ଅନୁଗୁଳ ସହରର ତାପମାତ୍ର ଗତ ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ୨୦୧୧ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଫେବୃୟାରୀ ମାସରେ ଅନୁଗୁଳ ସହରରେ ଏତେ ଅଧିକ ତାପମାତ୍ରା କେବେ ରେକର୍ଡ଼ କରାଯାଇ ନ ଥିଲା । କେବଳ ରବିବାର ନୁହଁ, ଗତ କିଛି ଦିନ ହେଲା ସହରରେ ଅସହ୍ୟ ଗରମ ଅନୁଭୁତ ହେଉଛି । ଶନିବାର ଅନୁଗୁଳ ସହରର ତାପମାତ୍ରା ୩୮.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ୩୮.୧ ଡିଗ୍ରୀ ରେକର୍ଡ଼ ହୋଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored