ଅପରାଧ ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ Angul OnlineApril 19, 2023April 19, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଞ୍ଜରା ରାଜବୁରୀ ବାରିକ ସାହିର ନିଳାମ୍ବର ବାରିକ (୪୫)ବୋଲି ଜଣାପଡିଛି । ସୁଚନା ଅନୁସାରେ ସଂଧ୍ୟାରେ ନିଳାମ୍ବର ବାରିକ ଓ ତାଙ୍କ ସ୍ତ୍ରୀ ମାମି ବାରିକଙ୍କ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନିଳାମ୍ବର ତାଙ୍କ ସ୍ତ୍ରୀକୁ ମାଡପିଟ କରିବା ସହିତ ଏକ ଟାଙ୍ଗିଆରେ ଫସା ମାରିଥିଲେ । ଏହି ଖବର ନିଳାମ୍ବରଙ୍କ ସାନପୁଅ ସିପୁନ ବାରିକ ଖବର ପାଇ ଘରକୁ ଆସିଥିଲେ ।ଏହି ସମୟରେ ନିଳାମ୍ବର ଏକ ଟାଙ୍ଗିଆରେ ତାଙ୍କ ମାକୁ ମାଡମାରୁଥିବା ଦେଖି ଟାଙ୍ଗିଆକୁ ଛଡାଇ ଆଣି ବାପାକୁ ଆକ୍ରମଣ କରିଥିଲା ।ଫଳରେ ଟାଙ୍ଗିଆ ଚୋଟ ବାଜି ବାପା ନିଳାମ୍ବର ଘଟଣାସ୍ଥଳରେ ଟଳିପଡିଥିଲେ ।ଅପରେପକ୍ଷେ ନିଳାମ୍ବରଙ୍କ ମାଡରେ ଗୁରୁତର ଆହତ ହୋଇଥିବା ତାଙ୍କ ସ୍ତ୍ରୀ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ଓ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଆକ୍ରମଣକାରୀ ପୁଅ ସିପୁନକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛନ୍ତି । ଏ ନେଇ ଜରପଡା ଥାନା କେସନଂ ୧୨୪/୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଲିଥିବା ବେଳେ ଗୁରୁବାର ସାଇଣ୍ଟିଫିକ ଟିମ ତଦନ୍ତ ପରେ ଶବକୁ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି । Advertisement
ମାଡପିଟ ଅଭିଯୋଗରେ ସରପଞ୍ଚ ଗିରଫ ତାଳଚେର – ଅନୁଗୁଳ ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନ ସେହି ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୮ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ ଅନୁଗୋଳ – ସାଇବର ଠକଙ୍କୁ ନେଇ ପୁଲିସ ଯେତେ ସଚେତନ କଲେବି ଲୋକ ସଚେତନ ହେଉ ନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର…
ମୋବାଇଲରେ ଖେଳ ହେଲା କାଳ – ବାପ-ମା ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ସାଇବର ଲୁଟେରା ଅନୁଗୋଳ – ବାପା-ମା ଙ୍କ ମୋବାଇଲରେ ପୁଅ ଖେଳିବା ବାପ-ମାଙ୍କ ପାଇଁ କାଳ ହୋଇଛି । ପୁଅର ସାମାନ୍ୟ ଭୁଲ ଯୋଗୁଁ ବାପ-ମାଙ୍କ ଆକାଉଣ୍ଟରୁ ୨ ଲକ୍ଷ…