ମୁଖ୍ୟ ଖବର ଭରତପୁର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ Angul OnlineMarch 30, 2021March 30, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା MCL ଭରତପୁର ଏରିଆର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଷ୍ଟୋରରେ ଥିବା ଲକ୍ଷାଧିକ ଟଙ୍କାର ଟ୍ରକ ଓ ଡ଼ମ୍ଫର ଟାୟାର ସମେତ ଅନ୍ୟାନ୍ୟ ଖଣି କାର୍ଯ୍ୟ ପାଇଁ ଉଦିଷ୍ଟ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଥିଲା ବେଳେ ଘଟଣା ସ୍ଥଳରେ MCLର ପାଣି ଟ୍ୟାଙ୍କର ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି ତାହା ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଷ୍ଟୋର ପଛ ପଟରେ ଥିବା ଜଙ୍ଗଲିଆ ଅଞ୍ଚଳରୁ କୌଣସି କାରଣରୁ ନିଆଁ ଲାଗି ଏହି ନିଆଁ ଲାଗିଥାଇ ପରେ ବୋଲି ଅନୁମାନ କରାଯାଉଛି । Advertisement
ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ…
ମଙ୍ଗଳା କୋଠି ଉପରକୁ ଟେକା ମାଡ – ଉତ୍ତେଜନା , ଏପଟେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟୁସର ଗ୍ରାମରେ ମଙ୍ଗଳା କୋଠିକୁ ଯାଇ ନିଖୋଜ ପରେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ଘଟଣାର କିଛିଦିନ…
ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଦୁଇଟ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଛି । ଜରପଡା ଥାନା ଓଗୀ-ଅନ୍ତୁଳିଆ ପୂର୍ତ୍ତ ବିଭାଗ ରାସ୍ତାର ଓଗୀ…