ଅନୁଗୋଳ – ଅନୁଗୋଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଏକ ମୋଟରସାଇକେଲ ସମେତ ଜଳିଗଲା ଜରୁରୀ କାଗଜପତ୍ର ଏବଂ ଅଳ୍ପ କିଛି ଗ୍ୟାସ ଟାଙ୍କି ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ ଭଣ୍ଡୁବର ନିକଟରେ ଥିବା ସୁପ୍ରିୟା ଗ୍ୟାସ ଏଜେନ୍ସିର କର୍ମଚାରୀ ମାନେ ରାତି ପ୍ରାୟ ୯ ଟାରେ ଏଜେନ୍ସି ବନ୍ଦ କରି ଘରକୁ ଯାଇଥିଲେ । ତେବେ ରାତି ପ୍ରାୟ ୧୧ ଟା ବେଳେ ଏଜେନ୍ସିର ସ୍କାୟ ଲାଇଟରୁ ଧୂଆଁ ବାହାରିଥିଲା । ଯାହାକୁ ଦେଖି ଆଖପାଖ ଲୋକ ଭିତରେ ନିଆଁ ଲାଗିଥିବା ସନ୍ଦେହ କରିଥିଲେ । ତେବେ ସଙ୍ଗେ ସଙ୍ଗେ ନିଆଁ ବ୍ୟାପକ ହୋଇ ଏଜେନ୍ସି ଭିତରେ ହୁ ହୁ ହୋଇ ଜଳିଥିଲା । ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ତିନୋଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଅଧା ଘଣ୍ଟା ଭିଅଟରେ ନିଆଁକୁ ଆୟତ କରିଥିଲେ । ସେତେବେଳକୁ ଭିତରେ ଥିବା ସମସ୍ତ ଜରୁରୀ କାଗଜପତ୍ର , କିଛି ଗ୍ୟାସ ଟାଙ୍କି ଏବଂ ଏକ ମୋଟରସାଇକେଲ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସାର୍କିଟରି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
What’s your Reaction?
+1
+1
+1
+1
+1
+1
+1