କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା  ଅନୁଗୁଳ ବନସାଥୀ ଆପ। ଲୋକଙ୍କ ସୁରକ୍ଷା ଦୃଷ୍ଟିକୁ ଦେଖି ଏହି ଆପ ଶୁଭାରମ୍ଭ କରାଯାଇଥିବା ବେଳେ ଏହି  ଆପଏବେ କାମ କରୁ ନାହିଁ । ଫଳରେ ଏହି ଆପ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ପାଣିରେ ପଡିଲା ଭଳି ଲାଗୁଛି

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ହେବ ହାତୀ-ମଣିଷଙ୍କ ଲଢେଇ ଭିତରେ କେତେବେଳେ ହାତୀଙ୍କ ଜୀବନ ଯାଉଛି ତ କେତେବେଳେ ନିରୀହ ମଣିଷଙ୍କ ଜୀବନ ବାଜିରେ ଲାଗୁଛି । ଏହା ସହ ବ୍ୟାପକ ଫସଲ ମଧ୍ୟ ହାନି ହେଉଛି ଏହାକୁ ଦୃଷ୍ଟିରେ ରଖି  ଅନୁଗୁଳ ବନଖଣ୍ଡ ତରଫରୁ ନୂତନ ଭାବେ ଆରମ୍ଭ ହୋଇଥିଲା ଅନୁଗୁଳ ବନସାଥୀ ଆପ। ଏହି ଆପ ମୋବାଇଲରେ ଡାଉନଲୋଡ କରିବା ପରେ ଲୋକଙ୍କୁ ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ବିଷୟରେ ତଥ୍ୟ ଦେବ ବୋଲି ପ୍ରସ୍ତୁତ ହୋଇଥିଲା ଅନଲାଇନ ମାଧ୍ୟମରେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଅନୁଗୁଳ ବନ ସାଥୀଲେଖିବା ପରେ ଏହି ଆପ ଦେଖା ଦେଉଥିଲା ଏବଂ ଏହି ଆପକୁ ଡାଉନଲୋଡ଼ ବା ଇନଷ୍ଟଲ କରା ଯାଊଥିଲା ପରେ ପ୍ରଥମେ ଓଡ଼ିଆ ଓ ଇଂରାଜୀ ଅପସନ ଆସିବା ପରେ ନିଜର ନାମ ଓ ମୋବାଇଲ ନମ୍ବର ଦେବା ସହ କେଉଁ ଅର୍ଥରେ ଏହାକୁ ଉପଯୋଗ କରିବେ ସେ ନେଇ ମଧ୍ୟ ଏକ ଖାଲି ସ୍ଥାନ ପୂରଣ ପାଇଁ ନିର୍ଦେଶ ଥିଲା । ନିଜର ନାମ, ଫୋନ ନମ୍ବର ଓ କେଉଁ ଅର୍ଥରେ ବ୍ୟବହାର କରିବେ ସେ ନେଇ ସୂଚନା ଦେବା ପରେ ଅନ୍ୟ ଏକ ପେଜରେ ପ୍ରାଣୀ ମାନଙ୍କ ବିଷୟରେ ସୂଚନା, ବିହନ ଓ ଅନ୍ୟାନ୍ୟ ଅଭିଯୋଗ ଏହି ଭଳି ୩ଟି ପର୍ଯ୍ୟାୟ ରହିଥିଲା । ଯାହାକି ଲୋକଙ୍କ ବେଶ ସହାୟକ ହେବ ବୋଲି ଚିନ୍ତା କରା ଯାଇଥିଲା । ଅନୁଗୁଳ ବନଖଣ୍ଡ ତରଫରୁ ୧୦ଲକ୍ଷ ଟଙ୍କା ବ୍ୟୟବରାଦ କରି ଏହାକୁ ତିଆରି କରାଯାଇଥିଲା ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଅନେକ ଲୋକେ ଡାଉନଲୋଡ଼ କରିଥିଲେ କାରଣ ଏହି ଆପ ହାତୀ ମାନଙ୍କ ଚଳପ୍ରଚଳର ସୂଚନା ଆଦାନପ୍ରଦାନ କରିବା ସହ ବିଭିନ୍ନ ଚାରା ନେବା ପାଇଁ ଆବେଦନ ଏବଂ ଜଙ୍ଗଲ ଓ ଗଛ ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ କରିବାର ବ୍ୟବସ୍ଥା କରା ଯାଇଥିଲା । ପ୍ରଥମେ ଏହି ଆପକୁ ବ୍ୟବହାର ବେଳେ ସମସ୍ୟା ଦେଖା ଦେଇଥିଲା । ଏହି ଆପକୁ ଇନଷ୍ଟଲ କଲା ମାତ୍ରେ ମୋବାଇଲରୁ ଆଖି ପିଛୁଳାକେ ସମସ୍ତ ଡାଟା ଉଭାନ ହୋଇଯାଇଥିଲା । ମୋବାଇଲ ଗ୍ୟାଲେରି ବାକ୍ସରେ ଥିବା ସମସ୍ତ ଫୋଟ ଭିଡିଓ ସତେ ଯେମିତି କୁଆଡେ ଉଭେଇ ଯାଉଥିଲା । ଅନେକ ମୋବାଇଲ ସମ୍ପୂର୍ଣ୍ଣ ହ୍ୟାଙ୍ଗ ହୋଇଯାଉଥିବା ମଧ୍ୟ ଦେଖା ଯାଇଥିଲା । ଲୋକଙ୍କ ହିତରେ ପ୍ରସ୍ତୁତ କରାଯାଇଥିବା ଏହି ଆପକ୍ଷତି ପହଞ୍ଚାଇଥିଲା । ପରେ ସେଇ ସମସ୍ୟାର ସୁଧାର ମଧ୍ୟ ଅଣାଯାଇଥିଲା । ତେବେ ଏ ସବୁରି ଭିତରେ ଏହି  ‘ଅନୁଗୁଳ ବନସାଥୀ ଆପଏବେ ରୋଗୀଣା ହୋଇ ପଡିଛି । ଏହି ଆପ ଏବେ ଆଉ କାମ କରୁ ନାହିଁ ବୋଲି ଅନେକ ଲୋକ ଅଭିଯୋଗ କରିଛନ୍ତି । ବର୍ଷା ଋତୁ ଆରମ୍ଭ ଯୋଗୁଁ ଅନେକ ଲୋକ ମଞ୍ଜି କିମ୍ବା ଚାରା ସମ୍ବନ୍ଧୀୟ ତଥ୍ୟ ପାଇଁ ଏହି ଖୋଲିଲା ବେଳକୁ ଏହା ଆଉ ଖୋଲୁ ନଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ହାତୀ ଚଳପ୍ରଚଳ ତଥ୍ୟ ଏହି ଆପ ରୁ ମିଳୁ ମଧ୍ୟ ନାହିଁ ଫଳରେ ହାତୀ ହାବୁଡରେ ଅନେକ ସମୟରେ ଲୋକ ପଡ଼ୁଛନ୍ତି ଓ ଫସଲ ହାନି ମଧ୍ୟ ହେଉଛି ଏହି ଆପ ନିର୍ମାଣ ଓ ଏହାର ବିକାଶ ଦିଗରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଚଳୁ ହୋଇଥିବା ନେଇ ସାଧାରଣ ଲୋକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored