ରେଙ୍ଗାଳି ଜଳଭଣ୍ଡାରରୁ ଛଡାଗଲା ପ୍ରଥମ ବନ୍ୟାଜଳ

ରେଙ୍ଗାଳି ଜଳଭଣ୍ଡାରରୁ ଛଡାଗଲା ପ୍ରଥମ ବନ୍ୟାଜଳ

କଣିହାଁ ଅନୁଗୁଳ ଜିଲ୍ଲାରେ ଥିବା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରା ଯାଇଛି । ଆଜି ଦିନ ୦୧ : ୧୫ମିନିଟି ସମୟରେ ଆଠ ନମ୍ବର ଫାଟକ ଖୋଲାଯାଇଛି । ସୂଚନା ଅନୁଯାୟୀ ରେଙ୍ଗାଳି ଜଳଭଣ୍ଡାର ସ୍ଵର୍ବୋଚ ଜଳଧାରଣ କ୍ଷମତା ୧୨୩.୦୫ମିଟର ଥିବା ବେଳେ , ଆଜି ଦିନ ୦୧:୧୫ ମିନିଟ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୨.୦୩ମିଟରରେ ପହଞ୍ଚିଥିଲା । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ରେ ୭୪୦୪ ଘନ ମିଟର ଜଳ ପ୍ରବେଶ ହେଉଛି । ପାୱାର ହାଉସ ଦେଇ ୫୮୮.୨୭ ଘନ ମିଟର ଜଳ ନିଷ୍କାସନ ହେଉଥିବା ବେଳେ ଆଠ ନମ୍ବର ଗେଟ୍‌ ମଧ୍ୟରେ ୧୩୯୫ ଘନମିଟର ଜଳ ନିଷ୍କାସନ ହେଉଛି । ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଜଳସ୍ତର ହ୍ରାସ ନହେଲେ ଆଗକୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ଅଛି । ଏଥିପାଇଁ ନଦୀର ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡିକୁ ସତର୍କ ସୂଚନା ଦିଆଯାଇଥିବା ଜଳଭଣ୍ଡାର କରୂପକ୍ଷ କହିଛନ୍ତି ।

What’s your Reaction?
+1
1
+1
2
+1
0
+1
0
+1
3
+1
0
+1
0

Leave a Reply