ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତ ସ୍ଥିତ ପୁରୁଣା ମଦ କାଉଣ୍ଟର ନିକଟରୁ ୮୫ ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ ପୂଲିସ । ଏହି ଜବତ ମଦ ଲକ୍ଷାଧିକ ଟଙ୍କାର ମୂଲ୍ୟ ବୋଲି ଜଣାପଡିଛି । କରୋନା ମହାମାରୀ ଚାଲିଥିବା ବେଳେ, ଚଢା ଦରରେ ବିକିବା ପାଇଁ ମହଜୁଦ କରି ରଖି ଚୋରାରେ ବିକ୍ରି କରିବା ଉଦ୍ୟେଶରେ ରଖିଥିବା ବେଳେ ସୂଚନା ପାଇ ପୁଲିସ ଚଢାଉ କରିବା ସହ ଏହି ମଦ ଜବତ କରିଛି । ସୂଚନା ଅନୁସାରେ ବଅଁରପାଳ ପୁଲିସ , ନୂଆହତା ଗ୍ରାମର ଜଣେ ବ୍ୟକ୍ତି ଚୋରା ମଦ କାରବାର କରୁଥିବା ଖବର ପାଇଥିଲେ । ଥାନା ଅଧିକାରୀ ନରେଶ ସାହୁ ସଦଳବଳେ ନୂଆହତା ଗ୍ରାମର ଗଣେଶ ସାହୁଙ୍କ ଘରେ ଆତର୍କିତ ଚଢ଼ାଉ କରିଥିଲେ । ସେଠାରୁ ୭୪୦ ଲିଟର ବିଦେଶୀ ମଦ ଜବତ କରିବା ସହ ମହଜୁଦ ରଖିଥିବା ନୂଆହତା ଗ୍ରାମର ଗଣେଶ ସାହୁଙ୍କୁ ପୁଲିସ ଗିରଫ କରିଥିଲା । ଏତେ ପରିମାଣର ମଦ କେବେ ପୁର୍ବରୁ ଜବତ ହୋଇନଥିବା ଜଣାପଡିଛି । ଏକକାଳୀନ ୭୪୦ ଲିଟର ମଦ ଜବତ ହେବା ବଅଁରପାଳ ଥାନାରେ ପ୍ରଥମ ଘଟଣା । ଏ ନେଇ ବଅଁରପାଳ ଥାନା ପକ୍ଷରୁ ୧୮୪/୨୧ ରେ ଏକ ମାମଲା ରୁଜୁ କରି ଗଣେଶକୁ କୋର୍ଟ ଚାଲାଣ କରାଯାଇଛି ।
What’s your Reaction?
+1
+1
+1
+1
+1
+1
+1