ଅପରାଧ ଡକାୟତି ମାମଲାରେ ୪ ଗିରଫ – ମୋଟରସାଇକେଲ ଓ ମୋବାଇଲ ଜବତ Angul OnlineAugust 24, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଠାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା ଘଟଣାର ପର୍ଦାଫାସ କରିଛି ପୁଲିସ । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଟି ମୋଟରସାଇକେଲ ଓ ୩ ଟି ମୋବାଇଲ ଓ ଗୋଟିଏ କାତି ଜବତ କରିଛି । ସୂଚନା ଅନୁସାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖ ସୁନୀଲ ମହାରଣା ନାମକ ଜଣେ ବ୍ୟବସାୟୀ ବଅଁରପାଳରୁ ରାସୋଳ ଅଭିମୁଖେ ଯାଉଥିବା ବେଳେ ୬ ଜଣ ଲୁଟେରା ତାଙ୍କୁ ଅଟକାଇ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ୫୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ସୁନୀଲ ଏ ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିବବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ଶେଷରେ ଏହି ଲୁଟରେ ସମ୍ପୃକ୍ତ ରାମିମୁଣ୍ଡା ଗାଁର ସୌମ୍ୟ ରଞ୍ଜନ ଗଡନାୟକ , ଅଙ୍ଗାରବନ୍ଧ ଗାଁର ସୁବ୍ରତ କତାର , ବୁଢାପଙ୍କ ଗାଁର ସୁବ୍ରତ ଭୁତିଆ ଓ ରତିକାନ୍ତ ବେହେରାଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏହି ଲୁଟରେ ୬ ଜଣ ସାମିଲ ଥିବା ବେଳେ କଣ୍ଟାବଣିଆ ଗାଁର ବ୍ରହ୍ମାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ବୁଢାପଙ୍କ ଗାଁର ନାଗେନ ବେହେରା ଫେରାର ଅଛି । ଗିରଫ ୪ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ପରକ୍ରିୟାପ୍ରୀତି ଆଳ କରି ଯୁବକଙ୍କୁ ନିସ୍ତୁକ ମାଡ ଅଭିଯୋଗ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଗୁଳାଗାଡିଆ ଗ୍ରାମରେ ପରକ୍ରିୟାପ୍ରୀତି ସନ୍ଦେହ କରି ଯୁବକଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା…
ନାବାଳିକା ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ୨୦୧୯ ମସିହାରେ ଆଠମଲ୍ଲିକ ଥାନା ଅଞ୍ଚଳରେ ଘଟିଥିବା ଏକ ନାବଳିକା ବଳାତ୍କାର ମାମଲାର ରାୟ ଶୁକ୍ରବାର ଅଚିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର…
ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ମୃତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲାର ସଞ୍ଜୟ…