ଚାରି ଡକାୟତ ଗିରଫ – ଜିଲ୍ଲାର ବିଭିନ୍ନ ସ୍ଥାନରେ ଡକାୟତି ଓ ଲୁଟ କରିଥିଲେ

ଚାରି ଡକାୟତ ଗିରଫ – ଜିଲ୍ଲାର ବିଭିନ୍ନ ସ୍ଥାନରେ ଡକାୟତି ଓ ଲୁଟ କରିଥିଲେ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କବଜାରେ ୪ କୁଖ୍ୟାତ ଅପରାଧୀ ଧରା ପଡିଛନ୍ତି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୫ଟି ହାତବୋମା ଓ କିଛି ମାରଣାସ୍ତ୍ର ସହ ଦୁଇଟି ପଲସର ମୋଟରସାଇକେଲ ପୁଲିସ ଜବତ କରିଛି । ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କୁଖ୍ୟାତ ଅପରାଧିମାନେ ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ ଓ ଭୟଭୀତ କରି ଲୁଟ୍‌ପାଟ୍ କରିନେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନାରେ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ ଅନେକ ମାମଲା ରହିଥିବା ଜଣାପଡିଛି । ତେବେ ଏହି କୁଖ୍ୟାତ ଅପରାଧୀ ମାନେ ତାଳଚେର ଓ ଛେଣ୍ଡିପଦା ଅଞ୍ଚଳର ବୋଲି ଜଣାପଡିଛି । ଏହି ଡ଼କାୟତମାନେ ପୂର୍ବରୁ ବାଘୁଆବୋଲ ଅମାଜନ୍ ଅଫିସ୍‌ରେ ଡ଼କାୟତି, ବାଲୁଙ୍ଗା ଗ୍ରାମନିକଟରେ ଦିନବେଳା ମହିଳାଙ୍କୁ ଆକ୍ରମଣ କରି ଘରୁ ଲୁଟ୍‌, ସୁନାଖଣି ଅଞ୍ଚଳରେ ଡ଼କାୟତି, ଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା, କୋଶଳା ଠାରେ ହୋଇଥିବା ଡ଼କାୟତି ଘଟଣାରେ ସମ୍ପୃକ ଥିବା ପୁକିସ ସୂତ୍ରରୁ ଜଣା ପଡ଼ିଛି । ଅଭିଯୁକ୍ତମାନେ ହେଲେ ବାଘୁଆବୁଲ ଅଞ୍ଚଳର ବିଜି ଓରଫ ବିକାଶ ନାଏକ , ଦେଉଳବେଡ଼ା ଧଉଡ଼ା ଅଞ୍ଚଳର ଟବୁ ଖାନ , ସୁରଜ ନାଏକ ଓ ଛେଣ୍ଡିପଦା କୋଶଳା ଅଞ୍ଚଳର ଦୀପୁ ନାଏକ । ସମସ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ କୋଶଳାର ଏକ ଘରେ ଏହି ୪ଜଣ କୁଖ୍ୟାତ ଅପରାଧୀ ରହିଥିବା ବେଳେ ପୁଲିସ୍ ତାଙ୍କୁ କାବୁ କରି ଗିରଫ କରିବା ସହିତ ତାଙ୍କ ନିକଟରୁ ମାରଣାସ୍ତ୍ର ଜବତ କରି କୋର୍ଟ ଚାଲାଣ କରିଛି ।

What’s your Reaction?
+1
1
+1
2
+1
0
+1
0
+1
1
+1
1
+1
0

Leave a Reply