ଅପରାଧ ସହର ଉପରେ ଚଲିଥିଲା ଜୁଆ ଆଡା – ୬ ଜୁଆଡି ଗିରଫ ହେବା ସହ ଟଙ୍କା ମୋଟରସାଇକେଲ ଜବତ Angul OnlineOctober 10, 2023October 10, 2023 ଅନୁଗୁଳ – ଅନୁଗୁଳ ସହର ବିଇଡି କଲେଜ ପଛ ପାଖରେ ଥିବା ବସ୍ତିରେ ଚାଲିଥିବା ଏକ ଜୁଆ ଆଡା ଉପରେ ଆଜି ଅନୁଗୁଳ ପୋଲିସ ଚଢ଼ାଉ କରି ୬ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଟଙ୍କା , ମୋଟରସାଇକେଲ , ମୋବାଇଲ ସହ ଜୁଆ ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡା ଚାଲିଥିବା ଅନୁଗୁଳ ପୁଲିସ ଖବର ପାଇ ସନ୍ଧ୍ୟାରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଏକ ସ୍ଥାନରେ ଜରି ପାଲ ପକାଇ ଜୁଆଡି ମାନେ ଜୁଆ ଖେଳୁଥିବା ଦେଖି ପୁଲିସ ୬ ଜଣଙ୍କୁ କାବୁ କରି ନେଇଥିଲା । ସେମାନେ ହେଲେ ଖାଲାରୀ ବିଶ୍ୱାଳସାହିର ସୁଶାନ୍ତ ନାୟକ , ମଦନମୋହନପଡ଼ାର ଆନନ୍ଦ ସାହୁ , ସେହି ବସ୍ତିର ମିଥୁନ ବେହେରା , ସଞ୍ଜୟ ବାରିକ , ଚିନ୍ମୟ ଜଗଦଳା , ତୁମସିଂହର ସହଦେଵ ଗୋଛୟତ । ସେମାନଙ୍କ ନିକଟରୁ ୧୭ ହଜାର ୫୨୦ ଟଙ୍କା ଜବତ ହୋଇଥିଲା । ଏହା ସହ ଜୁଆଡି ମା ଏ ବ୍ୟବହାର କରୁଥିବା ତାସ , ଜରିପାଲ ସମେତ ଦୁଇଟି ମୋଟରସାଇକେଲ , ଗୋଟିଏ ସ୍କୁଟି ଓ ୬ ଟି ମୋବାଇଲ ଫୋନ ଜବତ କରା ଯାଇଥିଲା । ପୁଲିସ ୬ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଓଲଟା ଉଡିଲା ତ୍ରିରଙ୍ଗା ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ…
ଟଙ୍କା ପାଇଁ ଧମକ ଦେଇ ବାପି ଗିରଫ ଅନୁଗୁଳ – ଚୋରା ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ଗିରଫ ହୋଇଥିବା ବାପି ପୁଣି ବଂଶ ନିପାତ ଧମକ ଦେଇ ଫସିଛି । ଲିଙ୍ଗରାଯୋଡ଼ି ଗ୍ରାମର…
କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡାଇ ଗୋଡାଇ ଧରିଲା ବନ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କୋଶଳା ଗ୍ରାମ ନିକଟରେ ଗତକାଲି ରାତ୍ରୀ ୩ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଛେଣ୍ଡିପଦା…