ଆଞ୍ଚଳିକ ଗ୍ୟାସ ପାଇପ ଲାଇନ କାମକୁ ବିରୋଦ୍ଧ – କାମ ଛାଡି ପଳାଇଲେ କର୍ମଚାରୀ Angul OnlineJanuary 8, 2021January 8, 2021 . ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ବାହାଳସାହି ଗ୍ରାମପଞ୍ଚାୟତର ମାଝୀ ଗୋହିରାପଶି ଗ୍ରାମ ଦେଇ ଯାଉଥିବା ଗ୍ୟସ ପାଇପଳାଇନର କାମକୁ ଗ୍ରାମବାସୀ ତିବ୍ର ବିରୋଧ କରିବା ସହିତ ପାଇପ ବିଛାଇବା କାମକୁ ବନ୍ଦ କରିଛନ୍ତି । ସୂଚନା ଅନୁସାରେ ପାରାଦ୍ଵୀପ ବକାରୋ ଗ୍ୟାସ ପାଇପ ଲାଇନ ବାହାଳସାହି ପଞ୍ଚାୟତର ବିଭିନ୍ନ ରାଜସ୍ୱ ଗ୍ରାମ ଦେଇ ଗେଲ ଇଣ୍ଡିଆ ପକ୍ଷରୁ ପାଇପ ଲାଇନ କାର୍ଯ୍ୟ ଆରମ୍ଭ କରାଯାଇଛି । କିନ୍ତୁ କମ୍ପାନି କର୍ତ୍ତୁପକ୍ଷ ଗ୍ରାମବାସୀଙ୍କୁ କୈାଣସି ସୂଚନା ନଦେଇ ଜବରଦସ୍ତ ଜମିକୁ ସମାନ କରି ପାଇପ ଲାଇନ ଖୋଳା କାର୍ଯ୍ୟ ଆରମ୍ଭ କରିଛି । ଫଳରେ ଗ୍ରାମବାସୀଙ୍କର ପନିପରିବା ଫସଲ ଆଦି ହାନି ହେବା ସହିତ ବହୁ ଗୃହ ଉପଯୋଗୀ ଜମି ଉକ୍ତ ପାଇପ ଲାଇନରେ ଯାଉଅଛି । ଏ ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥିଙ୍କ ଅଧକ୍ଷତାରେ କମ୍ପାନି କତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଚଳିତ ଜାନୁଆରୀ ୬ ତାରିଖରେ ଏକ ତ୍ରିପାକ୍ଷୀକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମ ଭିତରେ ବିଛାଯିବାକୁ ଥିବା ଗ୍ୟାସ ପାଇପ ଲାଇନ ୩୦ମିଟର ପରିବର୍ତେ ୬ ମିଟରକୁ ସଙ୍କୁଚିତ କରାଯାଇ ନିର୍ମାଣ କରାଯିବ ବୋଲି କୁହା ଯାଇଥିଲା । କମ୍ପାନି କର୍ତ୍ତୁପକ୍ଷ ଗାଁକୁ ଯାଇ ସୀମା ଚିହ୍ନଟ କରି ଗ୍ରାମବାସୀଙ୍କୁ ଦେଖାଇବେ ,ଗ୍ରାମବାସୀ ସୀମା ଚିହ୍ନଟ କାର୍ଯ୍ୟରେ ସହେଯାଗ କରିବେ ଏବଂ କୈାଣସି ଅସୁବିଧା ହେଲେ କାର୍ଯ୍ୟବନ୍ଦ ନକରି ଉପଜିଲାପାଳଙ୍କୁ ଜଣାଇବା ନିମନ୍ତେ ନିଷ୍ପତି ହୋଇଥିଲା । କିନ୍ତୁ ନିର୍ଦ୍ଧାରିତ ତାରିଖ ଦିନ କମ୍ପାନୀ କର୍ତ୍ତୁପକ୍ଷ ପ୍ରଥମେ ସୀମା ନିର୍ଦ୍ଧାରଣ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା ନକରି ଗ୍ୟାସ ପାଇପ ଲାଇନ କାର୍ଯ୍ୟ ଆରମ୍ଭ କରିଥିଲେ । ଫଳରେ ବାହଳ ସାହି ପଞ୍ଚାୟତର କ୍ଷତିଗ୍ରସ୍ତ ଜନସାଧାରଣ ଗ୍ରାମରେ ଏକ ବୈଠକ କରିବା ସହିତ ଶୁକ୍ରବାର ଦିନ ପାଇପ ଲାଇନ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ । ଗ୍ରାମବାସୀଙ୍କ ତିବ୍ର ବିରୋଦ୍ଧକୁ ଦେଖି କମ୍ପାନୀ କର୍ମଚାରୀ ମାନେ କାମ ବନ୍ଦ କରି ପଳାଇ ଆସିଥିଲେ । ଯେ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଉଚିତ କ୍ଷତି ପୂରଣ ସହିତ ଗାଁ ବାହାରେ ପାଇପ ଲାଇନ ନଯାଇଛି । ସେ ପର୍ଯ୍ୟନ୍ତ ଗେଲ କତୃପକ୍ଷଙ୍କୁ କୋଣସି କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି । Advertisement
କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ ଅନୁଗୁଳ – ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କ୍ୟାଡର ପୁନର୍ଗଠନ,ଗ୍ରେଡ ପେ ତଥା ଅନ୍ୟାନ୍ୟ ଦାବି ପୁରଣରେ…
କାଲି ଅନୁଗୁଳ ଆଜି ତାଳଚେର ବନ୍ଦ – ଅତ୍ୟନ୍ତ ହାସ୍ୟାସ୍ପଦ କହିଲା ବିଜେପି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ…
ରାଷ୍ଟ୍ରୀୟ ନବବର୍ଷ ପାଳିତ ଅନୁଗୁଳ – ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଅଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଦଭବନଠାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଗୋବର୍ଦ୍ଧନ ମଠ ପୂରୀ ସନାତନ…