ଆଞ୍ଚଳିକ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ପାଳିତ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ‘ଅଭିନନ୍ଦନମ -୨୦୨୧’ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ମୂଖ୍ୟ ଅତିଥି ଭାଵରେ ଡ. ଧରଣୀଧର ନାଥ ଯୋଗଦେଇ ଉପସ୍ଥିତ ଜେଜେ ମା’ ଏବଂ ଜେଜେ ବାପାଙ୍କୁ ସମ୍ମାନିତ କରିଥିଲେ । ରୋଟାରୀ ପବ୍ଲିକ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ରୋଟାରିଆନ ନିଖିଲ ରଞ୍ଜନ ମିଶ୍ର ଏବଂ କୋଷାଧ୍ୟକ୍ଷ ନିର୍ମଳ କୁମାର ମିଶ୍ର ଯୋଗଦେଇ ଆଜିର ସମାଜରେ ଜେଜେ ଵାପା ଏବଂ ଜେଜେ ମା’ଙ୍କ ଆବଶ୍ୟକତା ଏବଂ ଅବଦାନ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଜେଜେ ଵାପା ଏବଂ ଜେଜେ ମା’ ନୂଆ ପିଢିର କଳିକା ମାନଙ୍କୁ ସଠିକ ମାର୍ଗରେ ଦିଗଦର୍ଶନ ଦେଵା ସହ ଵିଦ୍ୟାଳୟର ଏହି ସ୍ଵତନ୍ତ୍ର ପ୍ରୟାସ ପାଇଁ ଧନ୍ୟଵାଦ ଏବଂ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଵେହେରା , ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳିକା ଅନୁଭା ମିଶ୍ର ଏବଂ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାଶଙ୍କ ତତ୍ଵାଵଧାନରେ ଆୟୋଜିତ ଏହି ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Advertisement
କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଲୋଡର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣି ରୋଡ଼ସେଲ ସାଇଡିଂ ରେ କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଏକ ଲୋଡର । ଲୋଡରଟି ଜଳିବାର…
ଓକିଲ ଗଣେଶ୍ଵର ନନ୍ଦଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସକ୍ରିୟ ସଦସ୍ୟ ଗଣେଶ୍ଵର ନନ୍ଦ(ବୁଦ୍ଧିଆ ଭାଇ)ଙ୍କ ଗତ କାଲି ରାତି ପ୍ରାୟ ସାଢେ ନଅ ଘଟିକା ସମୟରେ ହୃଦଘାତରେ ବିୟୋଗ…
ମାଳତୀ ଦେବୀ ଆଶ୍ରମ’ ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ…