୨୦୨୩ ଜୁନ ସୁଦ୍ଧା ସରିବ ରାଜପଥ କାମ – ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

୨୦୨୩ ଜୁନ ସୁଦ୍ଧା ସରିବ ରାଜପଥ କାମ – ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ର ସଂପ୍ରସାରଣ କାମ ସାରୁ ନାହିଁ । ଯାହା ଫଳରେ ଏହି ରାସ୍ତା ଦେଇ ଯାଉଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଜାତୀୟ ରାଜପଥ ନେଇ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ବିଧାସଭାରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ , ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟକେବେ ସୁଦ୍ଧା ପୂର୍ଣାଙ୍ଗ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଓଡ଼ିଶା ସରକାରଙ୍କ ସହିତ ଚୁକ୍ତି କରିଥିବା ବେଳେ ବର୍ତ୍ତମାନ ଏହି ପ୍ରକଳ୍ପ କାର୍ଯ୍ୟର କେତେ ଶତାଂଶ କାର୍ଯ୍ୟ ପୂର୍ଣାଙ୍ଗ ହୋଇଛି ଓ ଏହି ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଦିଷ୍ଟ ଭାବେ କେବେ ସୁଦ୍ଧା ପୂର୍ଣାଙ୍ଗ ହେବ ବୋଲି ପ୍ରଶ୍ନ ଅକରିଥିଲେ । ଏହାର ଉତ୍ତରରେ ନିର୍ମାଣ , ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଥିଲେ ଯେ ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ ତିନିଗୋଟି ସ୍ତରରେ କାର୍ଯ୍ୟକାରୀ ହେଉଅଛି । ପ୍ରଥମ ସ୍ତରରେ କଟକରୁ – ଅନୁଗୁଳ ସେକ୍ସନ ୦.୪୦୦ କିମିରୁ ୬୦.୨୦୦ କିମି , ଦ୍ଯିତୀୟ ସ୍ତରରେ କଟକରୁ – ଅନୁଗୁଳ ସେକ୍ସନ – ୬୦.୨୦୦ କିମିରୁ ୧୧୨.୦୦୦ କିମି ଓ ତୃତୀୟ ସ୍ତରରେ ଅନୁଗୁଳ – ସମ୍ବଲପୁର ସେକ୍ସନ – ୧୧୨.୦୦୦ କିମି ରୁ ୨୬୫.୦୦ କିମି ରହିଛି । ତେବେ ଏହା ଭିତରୁ କଟକ – ଅନୁଗୁଳ ସେକ୍ସନ ( ୦.୪୦୦ କିମି ରୁ ୬୦.୨୦୦ କିମି-) ନିର୍ମାଣ କାର୍ଯ୍ୟ ୧୯.୦୧.୨୦୧୮ରେ ଆରମ୍ଭ ହୋଇଥିବା ବେଳେ ୧୭.୦୭.୨୦୨୦ ରେ ଚୁକ୍ତିନାମା ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତି ହେବା କଥା । ଯାହା ୩୦.୦୬.୨୦୨୩ରେ ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ହେବ । ଏହା ବର୍ତ୍ତମାନର ସ୍ଥିତିରେ ୫୫ % ( ୪୦ କି.ମି ଚାରିଲେନ ) କାର୍ଯ୍ୟ ସମାପ୍ତି ହୋଇଅଛି । ସେହିଭଳି କଟକ – ଅନୁଗୁଳ ସେନ ( ୬୦.୨୦୦କିମି ରୁ ୧୧୨.୦୦୦ କିମି) ୧୨ ୦୩.୨୦୧୮ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଚୁକ୍ତିନାମା ଅନୁସାରେ ୦୭.୦୯.୨୦୨୦ରେ ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତି ହେବା କଥା । ତେବେ ୩୦.୦୬.୨୦୨୩ ସୁଦ୍ଧା ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ହେବ ଏହ ବର୍ତ୍ତମାନ ସ୍ଥିତିରେ ୫୧ % ( ୨୭ କି.ମି ଚାରିଲେନ ) କାର୍ଯ୍ୟ ସମାପ୍ତି ହୋଇଅଛି । ତୃତୀୟ ସ୍ତରରେ ଅନୁଗୁଳ-ସମ୍ବଲପୁର ସେକ୍ସନ ( ୧୧୨.୦୦୦ କିମି ରୁ ୨୬୫.୦୦୦କିମି ) ୦୩.୦୩.୨୦୧୭ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଚୁକ୍ତିନାମା ଅନୁସାରେ ୨୯.୦୯.୨୦୧୯ରେ କାର୍ଯ୍ୟ ସମାପ୍ତ ହେବା କଥା । ଯାହାକି ୩୦.୦୬.୨୦୨୩ରେ ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ହେବ ଏହି କାର୍ଯ୍ୟ ବର୍ତ୍ତମାନର ସ୍ଥିତିରେ ୭୧ % (୧୦୩ କି.ମି ଚାରିଲେନ ) ସମାପ୍ତି ହୋଇଅଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

What’s your Reaction?
+1
5
+1
1
+1
0
+1
2
+1
0
+1
13
+1
5

Leave a Reply