ମୁଖ୍ୟ ଖବର ଅଷ୍ଟମୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ Angul OnlineNovember 23, 2021November 23, 2021 ତାଳଚେର – ଝିଅ ଘରୁ ଅଷ୍ଟମୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାଙ୍କର ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର କାଳନ୍ଦୀପ୍ରସାଦ ଗ୍ରାମ ଛକ ନିକଟରେ । ସୂଚନା ଅନୁଯାୟୀ କାମାକ୍ଷାନଗର ଆଳୁତୁମା ଗ୍ରାମର ବିପ୍ରବ ସାହୁ କଣିହାଁ ଅଞ୍ଚଳର ବଜ୍ରକୋଟ ଗାଁରେ ନିଜ ଝିଅ ଘରେ ଅଷ୍ଟମୀ ଭାର ଦେଇ ବାଇକ ଯୋଗେ ଫେରୁଥିବା ସମୟରେ ତାଳଚେର କାଳନ୍ଦୀ ପ୍ରସାଦ ଛକ ନିକଟରେ ଏକ ହାଇୱା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ପରିବାର ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତିପୂରଣ ଓ ଭାରିଯାନ ଚଳାଚଳରେ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ରାଜପଥକୁ ଅବରୋଧ କରିଥିଲେ । ଫଳରେ ତାଳଚେର ଠାରୁ ପାଲଲହଡ଼ାକୁ ଯାତାୟତ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଘଟଣା ସ୍ଥଳରେ ତାଳଚେର ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ଲାଞ୍ଚୁଆ ପୁଲିସ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନାରୁ ଏକ ମୋଟରସାଇକେଲ ମୁକୁଳାଇବା ପାଇଁ ଗତ ୨/୧୨/୨୦୦୯ ମସିହାରେ ସେତେବେଳେ ସେଠାରେ ଥିବା ଏ ଏସ ଆଇ ରବୀନ୍ଦ୍ର…
କୂଅ ଭିତରେ ପଡିଲା ହାତୀ – ୮ ଘଣ୍ଟା ପରେ ହେଲା ଉଦ୍ଧାର ଅନୁଗୁଳ – ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ର ଏକ କୂଅରେ ଏକ ମାଈ ହାତୀ ରାତି ପ୍ରାୟ ୨ଟା ବେଳେ ପଡିଥିବା ୮…
ଟ୍ରାଏଲ ରନ ବେଳେ ଫାଟିଲା ପାଉଁଶ ପାଇପ – ଭାସିଗଲା ଆସବାବପତ୍ର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଡାଳ ଗାଁ ନିକଟରେ ଏନଟିପିସିର ପାଉଁଶ ପାଣି ପାଇପ ଫାଟିବା ଫଳରେ ଏକ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି…