ସରକାରୀକା ମାଲ , ଦରିଆ ମେ ଡାଲ !! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମିଳିଲା ପେଟି ପେଟି ଏକ୍କ୍ସପାରି ଔଷଧ

ସରକାରୀକା ମାଲ , ଦରିଆ ମେ ଡାଲ !! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମିଳିଲା ପେଟି ପେଟି ଏକ୍କ୍ସପାରି ଔଷଧ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଭଙ୍ଗା ବେଳେ ଏକ କ୍ଵାଟରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସରକାରୀ ଏକ୍ସପାରି ଔଷଧ ମିଳିଛି । ସମ୍ପୃକ୍ତ କ୍ଵାଟରଟି ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କର ଥିଲା ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆଜି(ରବିବାର) ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ଵାଟର ପରିସରରେ ଥିବା ଏକ ସରକାରୀ କ୍ଵାଟର ଭଙ୍ଗା ଯାଉଥିଲା । ତେବେ ଏହି କ୍ଵାଟର ଭାଙ୍ଗିବା ବେଳେ ଭିତରୁ ଲକ୍ଷାଧିକ ଟଙ୍କାର ଶିଶୁ ମାନକ ପାଇଁ ଉଦ୍ଦିଷ୍ଟ ଆଇରନ , ଫଲିକ ଏସିଡ ଏବଂ ଭିଟାମିନ ମିଳିଥିଲା । ଯାହାକି ଅନେକ ଦିନୁ ଏକ୍ସପାରି ହୋଇ ସାରିଥିଲା । ଏତେ ପରିମାଣରେ ମେଡ଼ିସିନ କିଏ ଏବଂ କାହିଁକି ଏହି କ୍ଵାଟରରେ ଗଚ୍ଛିତ ରଖିଥିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଅନୁଗୁଳ ଜିଲ୍ଲା ସିକିଲସେଲ ଓ ହେମୋଫିଲିଆ ପ୍ରବଣ ଅଞ୍ଚଳ । ଜିଲ୍ଲାରେ ଅନେକ ଲୋକ ରକ୍ତହୀନତାର ଶିକାର ହୋଇଥାନ୍ତି । ଏଥିପାଇଁ ସରକାର ଆଇରନ , ଫଲିକ ଏସିଡ ଏବଂ ଭିଟାମିନ ମାଗଣା ବାଣ୍ଟିବା ପାଇଁ ଦେଇଥିଲେ । ତେବେ ଆଜି ଏତେ ପରିମାନନର ଏହି ସବୁ ମେଡ଼ିସିନ ମିଳିବା ପରେ ଏହି ସବୁ ଔଷଧ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସଠିକ ଭାବେ ବଣ୍ଟା ଯାଇ ନଥିବା ସ୍ପଷ୍ଟ ହୋଇଛି । ଆଉ ଜଣେ ଫାର୍ମାସିଷ୍ଟ ନିଜ ଘରେ ଏଭଳି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ଗଚ୍ଛିତ ରଖିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତେ ପରିମାଣର ଔଷଧ ଲୋକଙ୍କୁ ଦିଆ ନଯାଇ କ’ଣ ପାଇଁ ଗଚ୍ଛିତ କରି ରଖା ଯାଇଥିଲା ତାହା ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

What’s your Reaction?
+1
0
+1
1
+1
0
+1
4
+1
1
+1
1
+1
0

Leave a Reply