ଅପରାଧ ବିପୁଳ ପରିମାଣର ନକଲି ମଦ , ଠିପି ଓ ମେସିନ ଜବତ – ଦୁଇ ଗିରଫ Angul OnlineSeptember 9, 2023September 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ , ଠିପି , ଦେଶୀ ମଦ ଓ ସିଲ ମେସିନ ଜବତ କରା ଯାଇଛି । ସୂଚନା ଅନୁସାରେ ଏକ କାରରେ ନକଲି ମଦ ଚାଲାଣ ହେଉଥିବା ଅନୁଗୁଳ ଅବକାରୀ ବିଭାଗ ଖବର ପାଇଥିଲା । ଏଥିପାଇଁ ମାଛକୁଟା ଚାରବାଟିଆ ନିକଟରେ ଏକ କାରକୁ ଅଟକାଇ ଅବକାରୀ ବିଭାଗ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ ସେଥିରେ ୩ ଜାରକିନ ଦେଶୀ ମଦ , ଦୁଇଟି ପେଟିରେ ନକଲି ବିଦେଶୀ ମଦ ଓ ଠିପି ଜବତ ହୋଇଥିଲା । ଅଧିକ ଜାଞ୍ଚ ବେଳେ ମାଛକୁଟାର ଏକ ଘରୁ ଆଉ କିଛି ଠିପି ଓ ସିଲ ମେସିନ ଜବତ ହୋଇଥିଲା । ଘଟଣାରେ ବ୍ଯବହୃତ କାରକୁ ମଧ୍ଯ ଜବତ କରା ଯାଇଥିବା ବେଳେ ମାଛକୁଟା ଗାଁ ର ଚିକୁ ବେହେରା ଓ ଢେଙ୍କାନାଳ ଗୋଡିଡିହ ଗାଁର ବିପିନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଅଧିକ ତଦନ୍ତ ଚାଲିଥିବା ବେଳେ ରାଜ୍ୟ ବାହାରୁ ବୋତଲ ଓ ଠିପି ମଗାଇ ଦେଶୀ ମଦରେ ରଙ୍ଗ ମିଶାଇ ଏମାନେ ବାହାର ବଜାରରେ ବିକ୍ରୀ କରୁଥିବା ଜଣା ପଡ଼ିଛି । Advertisement
ବାପାଙ୍କୁ ପିଟିପିଟି ହତ୍ଯା କଲା ପୁଅ ଅନୁଗୁଳ – ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ । ହତ୍ୟା କରିବା ପରେ ଚଦରରେ ଘୋଡେ଼ଇ ଫେରାର ମାରିଲା ହତ୍ଯାକାରୀ ପୁଅ ।…
ଲୁହାରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ପିଟି ପିଟି…
୪୧ ଗ୍ରାମ ବ୍ରାଉନସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା…