ମୁଖ୍ୟ ଖବର ଦୁର୍ଘଟଣାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ – ଅଳ୍ପକେ ବର୍ତ୍ତିଲେ ଦୁଇ ଝିଅ Angul OnlineApril 20, 2024April 20, 2024 ଅନୁଗୁଳ – ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଗଲେ ଦୁଇଝିଅ । ମୋଟରସାଇକେଲକୁ ପଛପଟୁ ଏକ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୋଟରସାଇକେଲ ଆରୋହୀ ମିଟୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସ୍ତ୍ରୀ ମନୋରମା ବେହେରାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ମିଟୁ ବେହେରା ନିଜ ସ୍ତ୍ରୀ ମନୋରମା ବେହେରା ଓ ୨ ଝିଅ ସହ ମୋଟରସାଇକେଲ ଯୋଗେ ଆଠମଲ୍ଲିକରୁ ନିଜ ଘର ବାଉଁଶୁଣି ଥାନା ସଦେଇପୁରକୁ ଫେରୁଥିଲେ । ବୌଦ୍ଧ-କିଆକଟା ମହାନଦୀ ସେତୁ ଉପରେ ସେମାନେ ଛିଡା ହୋଇଥିବା ବେଳେ ଦୁଇ ଝିଅ ଫୁଟପାଥ ଉପରେ ବୁଲି ବୁଲି ନଦୀ ଦେଖୁଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଆମ୍ବୁଲାନ୍ସ ମିଟୁ ଓ ତାଙ୍କ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମିଟୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ମନୋରମାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ମନୋରମାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଫୁଟପାଥ ଉପରେ ଥିବା ଯୋଗୁଁ ସୌଭାଗ୍ୟବଶତଃ ଦୁଇ ଝିଅ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଘଟଣା ସ୍ଥଳରେ ପୂଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । Advertisement
ଛୁରା ମାଡରେ ଦୁଇ ଗୁରୁତର – ଜଣେ ଆହତ ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ଚଣ୍ଡୀବଜାର ନିକଟରେ ଆଜି (ଗୁରୁବାର) ରାତି ପ୍ରାୟ ୯ ବେଳେ ଦୁବୃତ୍ତଙ୍କ ଛୁରା ମାଡରେ ୨ ଜଣ ଗୁରୁତର ହୋଇଥିବା…
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିଙ୍କୁଳାପାଟ ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଶିଙ୍କୁଳାପାଟ ଗ୍ରାମର…
ଚଣାଗଛ ପାଇଁ ଜଳିଗଲା ଚଳନ୍ତା କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଶୁଖା ଯାଇଥିବା ଚଣା ଗଛ ଲାଗି ଏକ…