ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ସୂଚନା ଅନୁସାରେ ଆଜି ସକାଳେ ଗାଁର ଜୀବନ ବେହେରାଙ୍କ ସହ ତାଙ୍କ ସ୍ତ୍ରୀ ହୀନ ବେହେରାଙ୍କର ପାରିବାରିକ ସମସ୍ୟାକୁ ନେଇ ଝଗଡା ହୋଇଥିଲା । ଝଗଡା ବେଳେ ଉତକ୍ଷିପ୍ତ ହୋଇ ଜୀବନ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ଉପରେ ଚୋଟ ପକାଇଥିଲେ । ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ହିଁ ହୀନଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ହତ୍ୟାକାରୀ ସ୍ୱାମୀ ଜୀବନକୁ ପୁଲିସ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
+1
+1