ଅପରାଧଭାଇରାଲ ଭିଡିଓ ବେଧଡକ ଚାଲିଛି ଜୁଆଖେଳ – ଭିଡିଓ ଭାଇରାଲ Angul OnlineMay 16, 2021May 16, 2021 ଛେଣ୍ଡିପଦା – ଖୁଲମଖୁଲା ଜୁଆ ଖେଳ ଚାଲିଛି । ବାଜିରେ ହଜାର ହଜାର ଟଙ୍କା ପଡୁଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଆଉ ଏହି ଭିଡିଓଟି ଅନୁଗୁଳ ଜିଲ୍ଲା କୋଶଳାର ବୋଲି ଜଣା ପଡିଛି । ଦିନରାତି ପ୍ରାୟ ସବୁବେଳେ ଏଭଳି ଜୁଆଖେଳ କୋଶଳା ଗାଁ ଶିମିଳିସାହି ଅଞ୍ଚଳରେ ହେଉଥିବା କୁହା ଯାଉଛି । ନା ଆଇନକାନୁନ ଭୟ ରହିଛି ନା କାହାକୁ ଖାତିର ଅଛି । ତେବେ ଖୁଲମଖୁଲା ଏଭଳି ଜୁଆଖେଳ ଚାଲୁଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ସନ୍ଦେହ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ରାତି ଦିନ ସୁବିଧା ସୁଯୋଗ ଦେଖି ଜୁଆଖେଳ ଆରମ୍ଭ ହୋଇଯାଉଛି । ବିଶେଷକରି ଦୋକାନ ଘର ପଛ ପାଖ , ଦୋକାନ ପିଣ୍ଡିରେ ଚାଲୁଛି ଏହି ଖେଳ । ଜୁଆଖେଳରେ କିଛି ଯୁବବର୍ଗ ସାମିଲ ହେଉଥିବା ଜଣାପଡିଛି । ଶୀଘ୍ର ଲାଭବାନ ହେବା ଆଶାରେ ଏହି ଖେଳ ପ୍ରତି ଆଗ୍ରହ ଦେଖାଉଛନ୍ତି ଯୁବପିଢି । ତେବେ ଗାଁ ଭିତରେ ଖୁଲମଖୁଲା ଭାବେ ଏହି ଖେଳ ଚାଲୁଥିଲେ ମଧ୍ୟ ଏ ସମ୍ପର୍କରେ ପୋଲିସ ନ ଜାଣିବା ତାହା ଚିନ୍ତାର ବିଷୟ ପାଲଟିଛି । https://angulonline.com/wp-content/uploads/2021/05/WhatsApp-Video-2021-05-16-at-14.12.45.mp4 Advertisement
ସିମ ବ୍ଲକ ହୋଇଯିବ କହି ଠକିନେଲେ ଏକ ଲକ୍ଷ ୨୫ ହଜାର ଅନୁଗୁଳ – କେୱାଇସିରେ ତୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ ସାଇବର ଠକ ।…
ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ…
୨ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରି ବିଭାଗ୍କୁ ପୁଣି ଏକ ବ୍ରାଉନସୁଗାର ମାମଲାରେ ସଫଳତା ମିଳିଛି । ଆଜି ଅବକାରି ବିଭାଗର ଅବକାରୀ ଇନ୍ସପେକ୍ଟର ରମ୍ଭା ବାଘ ଏବଂ…