ଖେଳ ଓ ଖେଳାଳି ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ Angul OnlineOctober 23, 2022October 23, 2022 ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି । ଆଜିର ଦିନରେ ହୋଇଥିବା ଫାଇନାଲ ମ୍ୟାଚ୍ ଭୂବନେଶ୍ବରର ଜଗା ୟୁନାଇଟେଡ ଓ ସୁନ୍ଦରଗଡର ଜମୁନା ଫୁଟୁବଲ କ୍ଲବ ମଧ୍ୟରେ ଖେଳହୋଇଥିଲା । ଏହି ମ୍ୟାଚ୍ ରେ ଜଗା ୟୁନାଇଟେଡ ୩-୨ ଗୋଲ ରେ ବିଜୟ ଲାଭ କରିଥିଲା । ଜଗା ୟୁନାଇଟେଡ୍ ତରଫରୁ ୧୫ ନଂ ଜର୍ସି ରେ ଖେଳୁଥିବା ଦିନବନ୍ଧୁ ଦାସ୍ ୨ଟି ଗୋଲ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ। ୩ ଟି ମ୍ୟାଚ୍ ଖେଳି ଦିନବନ୍ଧୁ ଦାସ ୮ ଟି ଗୋଲ ସ୍କୋର କରିଥିଲେ । ଉଦଯାପନି ଉତ୍ସବରେ ଉଦଘାଟକ ଭାବେ ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଖେଳକୁ ଶୁଭାରମ୍ଭ କରିଥିଲେ। ଏହି ଉଦଜାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ଓ ସମ୍ନାନିତ ଅତିଥି ଭାବେ ଟାମାଡା ଚେୟାରମ୍ୟାନ ଶ୍ରୀଯୁକ୍ତ ଅବନିକାନ୍ତ ସାହୁ , ତୁରଙ୍ଗ ପଞ୍ଚାୟତ ସରପଞ୍ଚ ସମରେନ୍ଦ୍ର ଦେହୁରି , ସମିତି ସଭ୍ୟ ସୋରଜ ପଣ୍ଡା ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । Advertisement
ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ବାସନ୍ତୀ ଭଲିବଲ ଟିମ ଚମ୍ପିୟାନ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଠାରେ ଅନୁଷ୍ଠିତ ଏକ ଦିବାସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ ଭଲିବଲ କ୍ଲବ ଚମ୍ପିୟାନ ହୋଇଛି ।…
ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ଜେଏସପିଏଲ ଚମ୍ପିୟାନ ଅନୁଗୁଳ – ସ୍ଥାନୀୟ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଜିନ୍ଦଲ ନଗର ପରିସରର କ୍ରୀଡାଙ୍ଗନ ଠାରେ ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ…
ଅନୁଗୁଳ କପ୍ କ୍ରିକେଟ – ୟୁନିଅନ ସ୍ପୋଟିଂ ଚମ୍ପିୟାନ ଅନୁଗୁଳ – ଅନୁଗୁଳ କଦମ ପଡିଆ ଠାରେ ଚାଲିଥିବା ଅନୁଗୁଳ କପ କ୍ରିକେଟ ୨୦୨୨ ର ଫାଇନାଲ୍ ମ୍ୟାଚ୍ ଅନୁଗୁଳ କ୍ରିକେଟ କ୍ଲବ୍ ଓ ୟୁନିଅନ୍ ସ୍ପୋଟିଂ…