ଆଞ୍ଚଳିକ ଚାଲିଗଲେ ପ୍ରଦୀପ – ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକଙ୍କୁ ହରାଇଲା ଅନୁଗୁଳ Angul OnlineJune 13, 2021June 13, 2021 ଅନୁଗୁଳ – ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁନାମଧନ୍ୟ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କର ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ଗତ ୧ ତାରିଖ ଦିନ ଆଠମଲ୍ଲିକଠାରେ କରୋନାର ପ୍ରଥମ ଡୋଜ ଟିକା ନେଇଥିଲେ । ତାର ଠିକ ପରଦିନ ତାଙ୍କୁ ଜ୍ଵର ହୋଇଥିଲା । ତେବେ 7 ତାରିଖ ଯାଏ ଜ୍ୱର ନ କମିବାରୁ ସେ କରୋନା ଟେଷ୍ଟ କରାଇଥିଲେ । ୮ ତାରିଖ ଦିନ ତାଙ୍କର କରୋନା ପଜିଟିଭ ଆସିବା ପରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରା ଯାଇଥିଲା । ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ସେଠାରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା କରା ଯାଉଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ମୃତ୍ୟୁ ହୋଇଥିଲା । ପ୍ରଦୀପ ଗତ କିଛି ଦିନ ହେଲା ଓଡ଼ିଶାରେ ନୁଆଁ କରି ପାଦ ଥାପିଥିବା ଗଣମାଧ୍ୟମ ବଡ ଖବରରେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଧରିତ୍ରୀ , ପ୍ରମେୟ ଭଳି ଅନେକ ଗଣମାଧ୍ୟମ ସଂସ୍ଥାରେ କାମ କରିବା ସହ ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକ ଭାବେ ଜିଲ୍ଲା ତଥା ଜିଲ୍ଲା ବାହାରେ ପରିଚିତ ଥିଲେ । ଜଣେ ସାମ୍ବାଦିକ ଭାବେ ନିଜ ଜିଲ୍ଲାର ଇତିହାସ, ଭୂଗୋଳ, ସାମାଜିକ, ଅର୍ଥନୀତି, ସଂସ୍କୃତି ସଂପର୍କରେ ସେ ଯେଉଁ ଭଳି ଜ୍ଞାନ ରଖୁଥିଲେ, ନିଜର କର୍ମ ଓ କର୍ମକ୍ଷେତ୍ରକୁ ଭଲ ପାଉଥିଲେ । ସେ ସବୁବେଳେ ସାଧାରଣ ଲୋକଙ୍କ ସ୍ବାର୍ଥ ସମ୍ବଳିତ ଖବରରେ ନିଜକୁ ସମର୍ପିତ ରଖିଥିଲେ । ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପରିବାରରେ ପତ୍ନୀ ଓ ଏକ ମାତ୍ର ଝିଅ ଥିବା ତାଙ୍କ ସ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । Advertisement
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ…
ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ – ସମାଧାନ ଦାବିରେ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ପାଇଁ ୧୧ଦଫା ଦାବିରେ “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ଆଜି ପୂର୍ବାହ୍ନ ଜିଲ୍ଲାପାଳଙ୍କ…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ‘ପ୍ରୋଜେକ୍ଟ ଉତ୍କର୍ଷ’ ଆରମ୍ଭ ଭୁବନେଶ୍ବର – ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଉତ୍କର୍ଷ’ । ସିଭିଲ ସର୍ଭିସ କୋଚିଂ…