ରାଜନୀତି ଜ୍ୟୋତିର୍ମୟୀ ସରପଞ୍ଚ ସଂଘ ସଭାପତି Angul OnlineAugust 6, 2023August 6, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ଆଠଟି ବ୍ଲକକୁ ନେଇ ସରପଞ୍ଚ ସଂଘ , ଅନୁଗୋଳ ଜିଲ୍ଲା ଗଠିତ ହୋଇ ଯାଇଛି । ଆଜି ସହରର ଏକ କଲ୍ୟାଣ ମଣ୍ଡପରେ ଜିଲ୍ଲାର ୨୨୫ ଟି ପଞ୍ଚାୟତରୁ ୧୭୦ ଜଣ ସରପଞ୍ଚ ଉପସ୍ଥିତ ରହି ଏହି ସଂଘ ଗଠନ ହୋଇଥିଲା । ଆଜିର ବୈଠକରେ ସର୍ବସମ୍ମତିକ୍ରମେ ଜ୍ୟାତିର୍ମୟୀ ଦେହୁରୀଙ୍କୁ ସଭାପତି ଭାବେ ଚୟନ କରା ଯାଇଥିବା ବେଳେ ମନୋଜ କୁମାର ବାଘ ସାଧାରଣ ସମ୍ପାଦକ , ଅନିଲ ପ୍ରଧାନ କୋଷାଧ୍ୟକ୍ଷ , ଅମରେଶ ନାଥ , ଦୁଃଖବନ୍ଧୁ ବେହେରା , ଯଶୋବନ୍ତି ବେହେରା ଉପ ସଭାପତି , ସସ୍ମିତା ବେହେରା , ଚନ୍ଦନ ସାହୁ , ହୃଷିକେଶ ପ୍ରଧାନ , ବବିତା ପ୍ରଧାନ ସହ ସମ୍ପାଦକ ଓ ଉପଦେଷ୍ଟା ଭାବେ ଦୁର୍ଯ୍ୟୋଧନ ସାହୁ , ସୁଦୀପ୍ତ ପ୍ରଧାନ , ରତ୍ନାକର ଦାସ , କୁମର ମୁଦୁଲିଙ୍କୁ ଚୟନ କରାଯାଇଥିଲା । Advertisement
ବିଜେପିର ମୌନ ସତ୍ୟାଗ୍ରହ ଅନୁଗୁଳ – ସାରା ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଧି ଅଭିଯୋଗ ଓ ଚିଲିକାର ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡି ଚଢେଇ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିବା…
ପୌରପାଳିକାର ୨୩ ରୁ ୧୬ ୱାର୍ଡ ସଂରକ୍ଷିତ ଅନୁଗୁଳ – ଆଗାମୀ ପୌର ନିର୍ବାଚନ ପାଇଁ ଅନୁଗୁଳ ପୌରପାଳିକାର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ଅନୁଗୁଳ ପୌରପାଳିକା ୨୩…
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…