ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା Angul OnlineJanuary 30, 2024January 30, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସହର ସହ ଗାଁକୁ ଯୋଡ଼ିବା ଲକ୍ଷ୍ୟ ନେଇ ଆରମ୍ଭ ହେଉଥିବା ଏହି ବସ୍ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ଏଥିପାଇଁ ଆଜି ବସ୍ଗୁଡ଼ିକୁ ଆସି ଅନୁଗୁଳରେ ପହଞ୍ଚିଥିବା ବେଳେ ବସ୍ ଚଳାଚଳ ପାଇଁ ରୁଟ୍ ଚୂଡ଼ାନ୍ତ ହୋଇଛି । ରାଜ୍ୟ ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ସେବା ପାଇଁ ଅନୁଗୁଳ ଜିଲ୍ଲାରେ ଉଦ୍ଘାଟନ ପାଇଁ ଅନୁଗୁଳ ଷ୍ଟାଡିୟମ୍ରେ ରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ସୂଚନା ଅନୁସାରେ, ଅନୁଗୁଳ ୨୭ ଟି ଲକ୍ଷ୍ମୀ ବସ୍ ଗଡ଼ିବା ବିଭିନ୍ନ ବ୍ଲକ୍ ମୁଖ୍ୟାଳୟ ସହ ପଞ୍ଚାୟତକୁ ଏହି ଯୋଡ଼ିବା ପାଇଁ ଏହି ଯୋଜନା କରାଯାଇଥିଲା ବେଳେ ଏଥିପାଇଁ ପାଇଁ ରୁଟ୍ ପ୍ରସ୍ତୁତ କରାଯାଇଛି । ଅନୁଗୁଳ ସଦର ମହକୁମାରୁ ଛେଣ୍ଡିପଦା , କଣିହାଁ , ବଅଁରପାଳ , ତାଳଚେର , ଆଠମଲ୍ଲିକ , କିଶୋରନଗର ବ୍ଲକକୁ ବସ ଚଳାଚଳ କରିବ । ଏହା ସହ ବ୍ଲକରୁ ବିଭିନ୍ନ ଗାଁକୁ ମଧ୍ଯ ଏହି ଲକ୍ଷ୍ମୀ ବସ ଗଡିବାର ରୁଟ ଚାଟ ପ୍ରସ୍ତୁତ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍ରେ ଏହାକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମ ଷ୍ଟାଡିୟମରେ ହେବାକୁ ଥିବାବେଳେ ସଭାରେ ଜିଲ୍ଲାର ଜନ ପ୍ରତିନିଧି ରହିବ । ଏଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ସାଧାରଣ ଲୋକ ମଧ୍ୟ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି । Advertisement
ସରିଲା ତାଳଚେରର ଗଣପର୍ବ ଗଣେଷ ପୂଜା – ୮ଲକ୍ଷ ୭୦ ହଜାରରେ ଲଡୁ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରୁ ଆଜି(ଶନିବାର) ବିଦାୟ ନେଇଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା…
ଗୁଟଖା ବେପାର ଉପରେ ଚଢାଉ ବଅଁରପାଳ – ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ବିଭିନ୍ନ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ…
ବଦଳିଲେ ଜିଲ୍ଲାର ୫ ତହସିଲଦାର ଅନୁଗୁଳ – ରାଜ୍ୟ ସରକାର ଓଏଏସ୍ ଅଧିକାରୀ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଅନୁଗୁଳ ଜିଲ୍ଲାର ୫ ଜଣ ତହସିଲଦାରଙ୍କ…