ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ପକ୍ଷରୁ ଅନୁଗୁଳ ଗସ୍ତରେ ଥିବା ରାଜସ୍ବ କମିଶନର ଅନିଲ୍ ସାମଲଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଅଛି । ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲା ବାସୀ ନାନାବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିବେଶ ପ୍ରଦୂଷଣ ଯୋଗୁଁ ସ୍ବାସ୍ଥ୍ୟ ସମସ୍ୟା ଓ ଦୁର୍ଘଟଣା ଶିକାର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥଳେ ଏମ୍.ସି.ଏଲ୍ ଦ୍ବାରା ନିର୍ମିତ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏଣୁ ତାହା ଜଲଦି କାର୍ଯ୍ୟକ୍ଷମ କରାଯିବା , ଜିଲ୍ଲାର ଉଭୟ ସୀମାରେ ଦୁଇ ବଡ ନଦୀ ମହାନଦୀ ଓ ବ୍ରାହ୍ମଣୀ ନଦୀରୁ ଅନୁଗୁଳବାସୀଙ୍କୁ ପାନୀୟ ଜଳଯୋଗାଣ ନିମନ୍ତେ ଶ୍ରୀ ସାମଲ ଅନୁଗୁଳ ଜିଲ୍ଲାପାଳ ଥିବା ସମୟର ପ୍ରସ୍ତାବିତ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ତଥା ଜାତୀୟ ରାଜପଥ ୫୫ର ନବୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରି ସଠିକ୍ ସମୟରେ ସାରିବା ସହିତ ଆର୍.ଟି.ଓ. ଅଫିସ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଶୋଚନୀୟ ହୋଇ ପଡିରହିଥିବା ରାସ୍ତା ନିର୍ମାଣ ନିମନ୍ତେ ରାଜସ୍ୱ କମିଶନରଙ୍କ ନିକଟରେ ଦାବୀ ଉପସ୍ଥାପନା କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନ ନିମନ୍ତେ ଚେଷ୍ଟା କରିବି ବୋଲି ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ଓକିଲ ସଂଘର ସଭାପତି ଦିଲ୍ଲୀପ ଦାସ , ଆଦିତ୍ୟ ମିଶ୍ର , ଚନ୍ଦ୍ରକାନ୍ତ ବେହେରା , ସୁବ୍ରତ ସାହୁ , ଆଦ୍ୟଶ୍ଳୋକ ମିଶ୍ର , ସୁଧାଂଶୁ ଶେଖର ସାହୁ , ଜୟନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ ।
What’s your Reaction?
+1
+1
+1
+1
+1
19
+1
+1