ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କିସିଣ୍ଡା ଶନି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଗୁରୁବାର ସଂଧ୍ୟାରେ ଜଣେ ମୋଟରସାଇକେଲ ଆରୋହି ଲୁଟର ଶିକାର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ନାଗାଝରଣ ଗ୍ରାମର ଅରୁଣ ବେହେରା ଗୁରୁବାର ସଂଧ୍ୟାରେ ଶଶୁର ଘର ବାଲିପଟା ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମରୁ ନିଜ ଘରକୁ ମୋଟରସାଇକେଲରେ ଫେରୁଥିଲେ । କିସିଣ୍ଡା ଗାଁ ଶନି ମନ୍ଦିର ନିକଟରେ ୩ ଜଣ ଦୁର୍ବୃତ୍ତ ହଠାତ ମୋଟରସାଇକେଲରେ ଆସି ଅରୁଣଙ୍କୁ ଅଟକାଇ ନିର୍ଧୁମ ମାଡ ମାରିବା ସହିତ ତାଙ୍କ ଠାରୁ ୨ହଜାର ଟଙ୍କା ସମେତ ଏକ ମୋବାଇଲ ଫୋନକୁ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଘଟଣା ସମ୍ପର୍କରେ ଛେଣ୍ଡିପଦା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ଲୁଟର ଶିକାର ହୋଇଥିବା ଯୁବକଙ୍କୁ କୋଶଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇବା ସହିତ ଘଟଣାର ତଦନ୍ତ ଜାରି ରହିଛି । ଲୁଟର ଶିକାର ହୋଇଥିବା ଯୁବକ ସୁସ୍ଥ ହୋଇ ଅଭିଯୋଗ କରିବା ପରେ ଘଟଣାର ସତ୍ୟସତ୍ୟ ଜଣାପଡିବ ବୋଲି ପୁଲିସ କହିଛି ।
What’s your Reaction?
+1
+1
+1
+1
+1
+1
+1